Odisha news

କଲାଣ୍ଡ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ : ଦେଶୀ ବନ୍ଧୁକ ଓ ଗୁଳି ଜବତ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ କଲାଣ୍ଡ ଗ୍ରାମରେ ଗତ ୯ ତାରିଖରେ ଜଣେ ମୋଟର ସାଇକେଲ ଆରୋହୀ ଯୁବକ ଉପରକୁ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଶନିବାର ଦିନ ଗିରଫକରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଛି! ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜକରି ବିଚାରପତି ତାକୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି! ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ସୁବାଷ ସାହୁ(୩୮) ତାଙ୍କ ଘର ଜେନାପୁର ଥାନାର କଲାଣ୍ଡ ଗ୍ରାମରେ ଓ ସେ ଶରତ ସାହୁଙ୍କ ପୁଅ ବୋଲି ଜଣାପଡିଛି! ଜେନାପୁର ଥାନା ଅଧିକାରୀ ସୁଭେନ୍ଦୁକୁମାର ସାହୁଙ୍କ ସୂଚନା ଅନୁଯାଇ ପୁର୍ବ ସତୃତାକୁ କେନ୍ଦ୍ରକରି ଗତ ୯ ତାରାଖଦିନ ଅଭିଯୁକ୍ତ ସୁବାଷ ଓ ତାଙ୍କ ବାପା ଶରତ ସାହୁ ମୋଟର ସାଇକେଲ ଆରୋହୀ ମାଳହାଟ ଗ୍ରାମର ପ୍ରହଲ୍ଲାଦ ବେହେରା ଓରଫ ପହଲି ଉପରକୁ ଦୁଇଟି ବୋମା ଫିଙ୍ଗିଥିଲେ! ସେଥିରୁ ଗୋଟିଏ ବୋମା ପହଲିଙ୍କ ଦେହରେ ବାଯିଥିଲା ବେଳେ ଅନ୍ୟଟି ପାଖରେ ଥିବା ଏକ ଘର କାନ୍ଥରେ ବାଜିଥିଲା! ଏଥିରେ ଘରକାନ୍ଥ ଫାଟି ଯାଇଥିଲା! ବୋମାମାରେ ପହଲି ଗୁରୁତର ଆହତ ସହ ସଂଜ୍ଞାହୀନ ହୋଇ ପଡିଥିଲେ! ତାଙ୍କୁ ପୋଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା! ଏବେ ମଧ୍ୟ ସେ ଚିକିତ୍ସିତ ହେଉଛନ୍ତି! ପହଲି ପିଙ୍ଗୁଆ ବଜାରରୁ କାମସାରି କଲାଣ୍ଡ ଗ୍ରାମଦେଇ ନିଜଘର ମାଳହାଟ ଫେରୁଥିଲା ବେଳେ ଅଭିଯୁକ୍ତ ବାପପୁଅ ତାଙ୍କ ଘର ସମ୍ମୁଖରେ ଏହି ବୋମାମାଡ କରିଥିଲେ! ତେବେ ଘଟଣା ସ୍ଥଳରେ ଲୋକେ ରୁଣ୍ଡ ହେବାରୁ ଅଭିଯୁକ୍ତ ସୁବାଷ ଏକ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭିତ କରିଥିଲା! ଜେନାପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁବାଷକୁ କାବୁକରିବା ସହ ତାଠାରୁ ଏକ ଦେଶୀ ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ କରିଥିଲେ! ଥାନା କେଶ ନମ୍ବର ୩୦୩/୨୩ ରେ ମାମଲା ପଞ୍ଜିକରଣ କରି ପୋଲିସ ତଦନ୍ତ ଅବ୍ୟାହତ ରଖିଛି!
Leave A Reply