ଚଣ୍ଡିଖୋଲ,୧୧/୧୧ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣଗଡ ଗ୍ରାମରୁ ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖ ରାତିରେ ଚୋରି ହୋଇଥିବା ଅଷ୍ଟଧାତୁ ନିର୍ମିତ ମା’କୋଟ୍ରାକ୍ଷୀଙ୍କ ପ୍ରାଚୀନ ତଥା ଦୁର୍ଲଭ ମୂର୍ତି ଦିଲ୍ଲୀରୁ ଶୁୁକ୍ରବାର ଓଡିଶାକୁ ଫେରିବା ପରେ ଶନିବାର ଦିନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଓ ଆଧ୍ୟାତ୍ମିକ ନିତିରିତି ଅନୁଯାଇ ନିଜ ମନ୍ଦିରର ପୂର୍ବ ଆସ୍ତାନରେ ବିଜେ କରିଛନ୍ତି ଶକ୍ତି ସ୍ୱରିପିଣୀ ମା’ କୋଟ୍ରାକ୍ଷୀ! ପ୍ରତ୍ୟୁଷରୁ ଏଥିନେଇ ପଣ୍ଡିତ ମାନେ ପୂଜାନିତି ଆରମ୍ଭ କରିଥିଲେ! ୧୦୮ କଳସ ଜଳରେ ମା’ଙ୍କ ମହାସ୍ନାନ ସମ୍ପର୍ଣ୍ଣହେବା ପରେ ହୋମଯଜ୍ଞ ,ଚଣ୍ଡିପାଠ,ଅନ୍ନଯଜ୍ଞ ସହ ଆଧ୍ୟାତ୍ମିକ ରିତିନିତି ଅନୁଯାଇ ନ୍ୟାସ କରାଯାଇ ସ୍ୱତନ୍ତ୍ର ବେଶପରେ ମା’ଙ୍କୁ ନିଜର ପୂର୍ବ ଆସ୍ତାନରେ ବିରଜମାନ କରାଯାଇଥିଲା! ହୋମାଦି ଆଧ୍ୟାତ୍ମିକ କର୍ମ ସମ୍ପର୍ଣ୍ଣ ପାଇଁ ୨୧ ଜଣ ନୈଷ୍ଟିକ ପଣ୍ଡିତ ନିୟୋଜିତ ହୋଇଥିଲା ବେଳେ ଦର୍ପଣଗଡର ଶତାଧିକ ପଣ୍ଡିତ ମଧ୍ୟ ଯୋଗଦେଇଥିଲେ ଶୁକ୍ରବାର ମା’ଙ୍କ ମୂର୍ତ୍ତି ଏଠାରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ୧୬କିମି ଧରି ବିରାଟ ଶୋଭାଯାତ୍ରାରେ ଦର୍ପଣଗଡ ମନ୍ଦିର ପର୍ଯ୍ୟନ୍ତ ମା’ଙ୍କୁ ପାଛୋଟି ନିଆଯାଇଥିଲା! ମାଙ୍କ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ୧୧ ତାରିଖରେ ଚୋରି ହୋଇଥିବା ବେଳେ ତାହା ବିଦେଶକୁ ଚୋରା ଚାଲାଣ ସମୟରେ ୨୦୨୨ ନଭେମ୍ବର ମାସ ସେହି ୧୧ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଜବତ ହୋଇଥିଲା ଆଉ ପୁଣି ସେହି ଶନିବାର ୧୧ ତାରିଖ ଦିନ ମା’ଙ୍କ ମୂର୍ତ୍ତି ତାଙ୍କ ପୂର୍ବ ମନ୍ଦିରରେ ପୁନଃ ସ୍ଥାପନା ହୋଇଥିବାରୁ ମା’ଙ୍କ କରୁଣାରୁ ଏହା ଏକ ଅପୂର୍ବ,ଅଲୌକିକ ଓ ଅନନ୍ୟ ସଞ୍ଜୋଗ ବୋଲି ସ୍ଥାନୀୟ ଲୋକେ ବିବେଚନା କରିଛନ୍ତି! ସୂଚନା ଯୋଗ୍ୟ, ଗଜପତି ମହାରାଜଙ୍କ କାଞ୍ଚି ବିଜୟ ପରେ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ସେ ସେଠାରୁ ଆଣି ତତ୍କାଳୀନ ଦର୍ପଣ ରାଜାଙ୍କୁ ପ୍ରଦାନ କରିଥିଲେ! ପ୍ରଥମେ ମା’ଙ୍କ ମୂର୍ତ୍ତି ଯାଜପୁର ଜିଲ୍ଲାର ବଡଚଣା ବ୍ଳକର ଧାନମଣ୍ଡଳରେ ସ୍ତାପନା କରାଯାଇଥିଲା! ପରେ ମା’ ଦର୍ପଣ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ ଧାନମଣ୍ଡଳରୁ ତାଙ୍କ ମୂର୍ତ୍ତିକୁ ଦର୍ପଣଗଡ ରାଜବାଟୀକୁ ଆଣିବା ପାଇଁ ଆଦେଶ ଦେଇଥିଲେ! ମାଙ୍କ ସ୍ୱପ୍ନାଦେଶ ପରେ ମୂର୍ତ୍ତି ଦର୍ପଣଗଡକୁ ଅଣାଯାଇଥିଲେ ମଧ୍ୟ ସେତେବେଳେ ମନ୍ଦିର ନିର୍ମାଣ ହୋଇନଥିବାରୁ ମାଙ୍କ ମୂର୍ତ୍ତିକୁ ତତ୍କାଳୀନ ବଡପଣ୍ଡାଙ୍କ ଚାଳଛପର ଘରେ ରଖାଯାଇଥିଲା! ପରବର୍ତ୍ତୀ ସମୟରେ ରାଜା ମନ୍ଦିର ନିର୍ମାଣକରି ମା’ଙ୍କ ମୂର୍ତ୍ତିକୁ ସ୍ଥାପନା କରିଥିଲେ! ମା’କୋଟ୍ରାକ୍ଷୀ ମା’ଚାମୁଣ୍ଡାଙ୍କ ଶକ୍ତି ସ୍ୱରୂପା ହୋଇଥିବାରୁ ତାଙ୍କୁ ପ୍ରଥମେ ନରବଳୀ ପରେ ବୋଦାବଳୀ ନୈବେଦ୍ୟ ଅର୍ପଣ କରାଯାଉଥିଲା ଏବଂ ବିନା ପିଆଜ ରସୁଣରେ ଆମିଷ (ମାଛ) ଭୋଗଲାଗି କରାଯାଉଥିଲା! କାଳକ୍ରମେ ଏବେ ମାଙ୍କ ପାଖରେ ନରବଳୀ ଓ ବୋଦାବଳୀ ବନ୍ଦ ହୋଇଥିଲେ ମଧ୍ୟ ଆମିଷ ଭୋଗ ଲାଗି ହୋଇଆସୁଛି! ପ୍ରାୟ ୪ରୁ୫କୋଟି ଟଙ୍କା ମୂଲ୍ୟର ମା’ଙ୍କ ଏହି ଦୁର୍ଲଭ ମୂର୍ତ୍ତି ଚୋରିଯିବା ପରେ ତାହାକୁ ଚୋରାରେ ବିଦେଶ ଚାଲାଣ ହେବା ସମୟରେ ଗତ ୨୦୨୨ ମସିହା ନଭେମ୍ବର ମାସରୁ ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ମାନଙ୍କ ଦ୍ୱାରା ଜବତହୋଇ ସେଠାରେ ପଡିରହିଥିଲା! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ମୂର୍ତ୍ତି ଏଠାକୁ ଫେରିବା ବାଟ ଫିଟିଥିଲା! ଗତ ୯ ତାରିଖରେ ନୂଆଦିଲ୍ଲୀରେ କଷ୍ଟମ ଓ ଏଏସଆଇ ଅଧିକାରୀ ମାନେ ଓଡିଶା ପୋଲିସକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ମା’ଙ୍କ ମୂର୍ତ୍ତି ହସ୍ତାନ୍ତର କରିଥିଲେ! ମା କୋଟ୍ରାକ୍ଷୀଙ୍କ ଏଠାକୁ ପୁନଃ ଆଗମନ ପୂର୍ବ ମନ୍ଦିରରେ ପୁନଃ ସ୍ତାପନା ଅବସରରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଯାଇଥିଲା!