Odisha news

ସାଇନ୍ସ୍ ପାର୍କ ଓ କ୍ଲକ୍ ଟାଓ୍ବାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ 

0
ବୁଗୁଡ଼ା : ତା ୦୯/୧୧/୨୩ : ସ୍ଥାନୀୟ ସଂସ୍କୃତ ଟୋଲ ପରିସରରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଓ୍ବାର୍ଡ ନଂ-୭ ଅନ୍ତର୍ଗତ ସ୍ଥାନୀୟ ସଂସ୍କୃତ ଟୋଲ ପରିସରରେ ସାଇନ୍ସ ପାର୍କ ଏବଂ ମଦନ ମୋହନ ଛକରେ କ୍ଲକ୍ ଟାଓ୍ବାର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପୃଥକ୍ ଭାବେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଦ୍ବୟରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଭୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂପୃକ୍ତ ଓ୍ବାର୍ଡର ଯୁବ କାଉନସିଲର ଆଶୁତୋଷ ବଢେଇ, ଓ୍ବାର୍ଡ ଅଫିସର ସିମ୍ରନ୍ ଦାଶ , ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ , ସାଂସଦ ପ୍ରତିନିଧି ବସନ୍ତ ଦଳେଇ , କେ.ତ୍ରିଲୋଚନ ଦୋରା , କେଶବ ସାହୁଙ୍କ ସମେତ ନିକଟବର୍ତ୍ତୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କର୍ମକର୍ତ୍ତା ଓ ଗୁରୁଜୀ ଗୁରୁମାବୃନ୍ଦ, ବାଙ୍କେଶ୍ଵରୀ ଏସଏଚଜି ମହିଳାଗଣ ଏବଂ ସାଧାରଣ ଜନତା ଉପସ୍ଥିତ ରହିଥିଲେ । ମୁକ୍ତା ଅନୁଦାନରେ ନିର୍ମାଣ ହେବାକୁ ଯାଉଥିବା ଉକ୍ତ ସାଇନ୍ସ ପାର୍କକୁ ଅବଦୁଲ୍ କାଲାମଙ୍କ ନାମରେ ନାମିତ କରାଯାଇଥିବା ବେଳେ କ୍ଲକ୍ ଟାଓ୍ବାରଟି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବୋଲି ସଂପୃକ୍ତ ଓ୍ବାର୍ଡର କାଉନସିଲରଙ୍କ ଠାରୁ ପ୍ରକାଶ ପାଇଛି ।
Govt
Leave A Reply