ନୂଆଦିଲ୍ଲୀ : ମଦ୍ୟପ ଙ୍କ ପାଇଁ ଖୁସି ଖବର
ନଳରୁ ବାହାରୁଚି ମଦ l
ପିଇବାକୁ ଜମୁଛି ଭିଡ଼ l
ସନ୍ଧ୍ୟା ହେଉ କିମ୍ବା ସକାଳ ଲୋକଙ୍କର ଲାଗିଛି ଲମ୍ବା ଲାଇନ l
ମଦ ପିଇବାକୁ ସଉକ ରଖିଥିବା ଲୋକେ ଆପଣଙ୍କୁ ସାରା ଦୁନିଆରେ ମିଳିବେ l ଦୁନିଆର ସବୁ ସ୍ଥାନରେ ସମସ୍ତେ ମଦ କିଣିକି ପିଇ ଥାଆନ୍ତି l କିନ୍ତୁ ଦୁନିଆରେ ଏଭଳି ଗୋଟିଏ ଗାଁ ଅଛି ଯେଉଁଠି ମଦ ଫ୍ରି ରେ ମିଳିଥାଏ l
ଏହା ଜାଣିବା ପରେ ମଦ ପ୍ରେମୀଙ୍କ ମନରେ ଗୋଟିଏ ପ୍ରକାରର ଖୁସିର ଲହରୀ ଖେଳିଯିବ, ହଁ ଆଜ୍ଞା ଏହା ସତ୍ୟ ଅଟେ l ଇଟାଲୀ ସରକାର ନିଜର ନୂଆ ନୂଆ ନିୟମ କୁ ନେଇ ସର୍ବଦା ଚର୍ଚାରେ ରହି ଥାଆନ୍ତି l ଏହି ନୂଆ ଯୋଜନା ଆଣିଛନ୍ତି ଇଟାଲୀ ସରକାର l ଯାହାକୁ ନେଇ ବର୍ତମାନ ଚର୍ଚା ଧରିଛି l ଇଟାଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ନୂଆ ନିୟମରେ ଲୋକେ ବେଶ ଖୁସି ଅଛନ୍ତି l ଏହାଛଡା ନିକଟରେ ଅଗଷ୍ଟ ମାସରେ ଇଟାଲୀ ସରକାର ଙ୍କ ଦ୍ୱାରା ନିଶାରେ ଉବୁଟୁବୁ ହେଉଥିବା ଲୋକଙ୍କୁ ଫ୍ରି ରେ ଟ୍ୟାକ୍ସି ଯୋଗେ ଘରେ ଛାଡିବାର ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇଥିଲା l କାହିଁକି ନା ଲୋକେ ନିଶା ଗ୍ରସ୍ତ ହୋଇ ଅଧିକ ଜୀବନ ହେଉଥିଲେ l ଏହାକୁ ଆକ୍ଷି ଆଗରେ ରଖି ଇଟାଲୀ ସରକାର ଏଭଳି ନିୟମ କରିଥିଲେ l
ଏ ବି ପି ନିୟୁଜ ର ସୂଚନା ଅନୁସାରେ ବର୍ତ୍ତମାନ ଇଟାଲୀ ସରକାର ମାଗଣା ମଦ ପିଆଇବାର ଯୋଜନା ଆରମ୍ଭ କରିଛନ୍ତି ଗୋଟିଏ ଗାଁ ରେ, ଏହି ଗାଁ ଟି ଅବରୁଜୋ ଅଂଚଳ ରେ ଅବସ୍ଥିତ l ଏଠାରେ ଲୋକଙ୍କୁ ମାଗଣାରେ ମଦ ପିଇବାକୁ ଦିଆଯାଇଥାଏ l ସବୁଠୁ ବଡ଼ କଥାଟି ହେଲା ଏଠାରେ ଆପଣଙ୍କୁ କେହି ମଦ ଆଣି ପରସିବେ ନାହିଁ , ବରଂ ଏଠାରେ ଲାଗିଥିବା ଗୋଟିଏ ନଳ ବା ପାଇପ ରୁ ପ୍ରତ୍ୟେକ ସମୟରେ ମଦ ବାହାରିଥାଏ l ଏହି ସୁବିଧା ଉପଲବ୍ଧ କରାଇଛି କେଂଟିନl ଡୋରା ସର୍ଚେଜ l ଏହା ଗୋଟିଏ ୱାଇନ କମ୍ପାନୀ l