ବ୍ରହ୍ମପୁର,୫।୧୧: ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫିଜିଓଥେରାପିଷ୍ଟ ଏବଂ ଅକ୍ୟୁପେଶନାଲ ଥେରାପିଷ୍ଟ ନିୟମିତ ଚାକିରି ଦାବି କରିବା ସହ କ୍ୟାଡର ଗଠନ ଦାବି କରିଛନ୍ତି ା ବ୍ରହ୍ମପୁର ବୈକୁଣ୍ଠନଗର ଦ୍ବିତୀୟ ଗଳି ଠାରେ ନିଖିଳ ଓଡ଼ିଶା ଫିଜିଓଥେରାପି ସେବା ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଦାବି କରାଯିବା ସହ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା ା ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ସମ୍ମନ୍ବିତ ଭୌତିକ ଚିକିତ୍ସା ଓ ଜିଲା ତ୍ବରିତ ହସ୍ତକ୍ଷେପ କେନ୍ଦ୍ର(ଡିଇଆଇସି)ରେ ଫିଜିଓଥେରାପିଷ୍ଟ ଏବଂ ଅକ୍ୟୁପେଶନାଲ ଥେରାପିଷ୍ଟ ଚିକିତ୍ସା ସେବା ପ୍ରଦାନ କରି ଆସୁଛନ୍ତି ା ଶିଶୁଙ୍କ ଅକ୍ଷମତା, ବାର୍ଦ୍ଧକ୍ୟଜନିତ ରୋଗ, କ୍ରୀଡା ଜନିତ ଆଘାତ, ଅସ୍ଥିଗତ ଓ ସ୍ନାୟୁଗତ ସ୍ବାସ୍ଥ୍ୟ ସମସ୍ୟା, ହୃତପିଣ୍ଡ ଫୁସଫୁସ ସଂକ୍ରାନ୍ତୀୟ ସମସ୍ୟା, କଷ୍ଟ ରୋଗ ଜନିତ ଅକ୍ଷମତା ଦୂର କରିବାରେ ଫିଜିଓଥେରାପିଷ୍ଟଙ୍କ ଆବଶ୍ୟକତା ରହୁଛି ା ସେହିପରି ରୋଗୀମାନେ ଦ୍ରେନିନ୍ଦୀନ ଜୀବନରେ ଭୋଗୁଥିବା ସମସ୍ୟା ଦୂର କରିବାକରରେ ଅକ୍ୟୁପେଶନାଲ ଥେରାପିଷ୍ଟଙ୍କ ଭୂମିକା ଜରୁରୀ ା ଦିନକୁ ଦିନ ଏହି ସେବାର ଗୁରୁତ୍ବ ବଢିବାରେ ଲାଗିଛି ା ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ନର୍ସ ଓ ଫାର୍ମାଶିଷ୍ଟଙ୍କ ଚାକିରିକୁ ରାଜ୍ୟ ସରକାର ନିୟମିତ କରି ସାରିଥିଲେ ମଧ୍ୟ ଫିଜିଓଥେରାପିଷ୍ଟ ଏବଂ ଅକ୍ୟୁପେଶନାଲ ଥେରାପିଷ୍ଟଙ୍କ କ୍ଷେତ୍ରରେଉୁଦାଶୀନ ମନୋଭାବ ଦେଖାଉଛନ୍ତି ବୋଲି ଏଠାରେ ଅଭିଯୋଗ କରାଯାଇଥିଲା ା ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଡା. ଶଶାଙ୍କ ଶେଖର ପରିଡା, ସାଧାରଣ ସମ୍ପାଦକ ଡା. ପ୍ରିୟବ୍ରତ କେ. ଓଝା, ଆଇନ ପରାମର୍ଶଦାତା ଅରୁଣ କୁମାର ରାଉତ, ଆଇନଜୀବୀ ଜବହାରଲାଲ ନାୟକ, ପୁରୀ ଜିଲାରୁ ଡା. ସିଦ୍ଧାର୍ଥାଙ୍କର ପାତ୍ର, ବଲାଙ୍ଗୀରରୁ ଡା. ସାଗରିକା ପାଣ୍ଡିଆ, ଗଜପତିରୁ ଡା. ପ୍ରମଥନାଥ ପାଢୀ, ନୟାଗଡରୁ ଡା. ଚନ୍ଦନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ