Odisha news

ଦିଲ୍ଲୀ କଷ୍ଟମ କାର୍ଯ୍ୟାଳୟରେ ସମସ୍ତ ପ୍ରକ୍ରିୟା ଶେଷ :  ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ବୁଧବାର ଦିନ ଦିଲ୍ଲୀରେ ହସ୍ତାନ୍ତର ହେବ ଓଡିଶା ପୋଲିସକୁ

0
ଚଣ୍ଡିଖୋଲ,୫/୧୧: ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମରୁ ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖ ରାତିରେ ଚୋରି ହୋଇଥିବା ଅଷ୍ଟଧାତୁ ନିର୍ମିତ ମା’କୋଟ୍ରାକ୍ଷୀଙ୍କ ପ୍ରାଚୀନ ତଥା ଦୁର୍ଲଭ ମୂର୍ତି ଦିଲ୍ଲୀରୁ ଓଡିଶାକୁ ଫେରିବା ପାଇଁ ଦିଲ୍ଲୀ କଷ୍ଟମ କାର୍ଯ୍ୟାଳୟରେ ସମସ୍ତ ପ୍ରକ୍ରିୟା ରବିବାର ସୁଦ୍ଧା ଶେଷ ହୋଇଛି! ବୁଧବାର ସକାଳୁ କଷ୍ଟମ ଅଧିକାରୀ ମାନେ ସେଠାରେ ଅପେକ୍ଷାରତ ଓଡିଶା ପୋଲିସର ସ୍ୱତନ୍ତ୍ର ଟିମକୁ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି! ମୂର୍ତ୍ତି ହସ୍ତାନ୍ତର ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେଠାରେ ଉପସ୍ଥିତ ରହି ମା’ଙ୍କ ମୂର୍ତ୍ତି ହସ୍ତାନ୍ତର କରିବେ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି! ତେବେ ଗତ ୧ ତାରିଖ ଦିନ ମୂର୍ତ୍ତି ଫେରାଇ ଆଣିବାକୁ ସେଠାକୁ ଯାଇଥିବା ୭ଜଣିଆ ସ୍ୱତନ୍ତ୍ର ଟିମ ବୁଧବାର ଦିନ ମା’ଙ୍କ ମୂର୍ତ୍ତି ଧରି ଟ୍ରେନଯୋଗେ ଏଠାରେ ଶୁକ୍ରବାର ଦିନ ପହଞ୍ଚିବେ ବୋଲି ଜଣାପଡିଛି! ମା’ଙ୍କ ମୂର୍ତ୍ତି ଭୁବନେଶ୍ଵରରେ ପହଞ୍ଚିବା ପରେ ଦର୍ପଣ ଗ୍ରାମବାସୀଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଭବ୍ୟ ସ୍ୱାଗତକରି ମା’ଙ୍କ ମୂର୍ତ୍ତିକୁ ଆଧ୍ୟାତ୍ମିକ ରିତିନିତି ଅନୁଯାଇ ଦର୍ପଣ ଗ୍ରାମସ୍ଥିତ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିବାକୁ ମଧ୍ୟ ସମସ୍ତ ବ୍ୟବସ୍ତାକରି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି! ପରେ ମହାଯଜ୍ଞ ସହ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଉତ୍ସବ କରାଯାଇ ମନ୍ଦିରରେ ମା’ଙ୍କ ମୂର୍ତ୍ତିକୁ ପୁନଃ ସ୍ଥାପନା କରାଯିବା ପାଇଁ ମଧ୍ୟ ପ୍ରସ୍ତୂତି ଆଗେଇ ଚାଲିଛି! ଗତ ପ୍ରାୟ ତିନି ବର୍ଷ ହେବ ମା’ଙ୍କ ମୂର୍ତ୍ତି ଚୋରିକରି ନେବା ପରେ ଆନ୍ତର୍ଜାତୀୟ ମୂର୍ତ୍ତି ଚୋରମାନେ ତାହାକୁ ବିଦେଶକୁ ଚାଲାଣ କରୁଥିଲାବେଳେ ଦିଲ୍ଲୀ ବିମାନ ବନ୍ଦରରେ ଗତ ୨୦୨୨ ମସିହା ନଭେମ୍ବର ମାସରେ କଷ୍ଟମ ବିଭାଗ ଅଧିକାରୀ ମାନେ ତାହାକୁ ଜବତ କରିଥିଲେ! ସେହିଦିନ ଠାରୁ ମା’ଙ୍କ ମୂର୍ତ୍ତି ସେଠାରେ ପଡିରହିଥିଲା! ତେବେ ମା’ଙ୍କ ମୂର୍ତ୍ତି ଉଦ୍ଧାର ଖବର ପାଇ ତାହା ଏଠାକୁ ଫେରିବା ଆଷାରେ ଓଡିଶାବାସୀ ତଥା ଦର୍ପଣଗଡ ଗ୍ରାମବାସୀଙ୍କ ଉତ୍କଣ୍ଠା ବଢି ଚାଲିଥିଲେ ମଧ୍ୟ ଦୀର୍ଘ ଏକବର୍ଷ ମଧ୍ୟରେ ମୂର୍ତ୍ତି ଫେରିବା ସମ୍ଭବ ହୋଇନଥିଲା! ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନଦେଇ  ବଡଚଣା ବିଜେପି ନେତା ଅମର ନାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଚେଷ୍ଟା ଓ ଆନ୍ତରିକ ଉଦ୍ୟମ ଫଳରେ ମା’ଙ୍କ ମୂର୍ତ୍ତି ଏଠାକୁ ଫେରିବାର ବାଟ ଫିଟିଥିଲା! ମୂର୍ତ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଓ ଯାଜପୁର ଏସପି ଭିନିତ ଅଗ୍ରବାଲଙ୍କ ନିର୍ଦ୍ଦେଶରେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଦର୍ପଣ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ! ଗ୍ରାମବାସୀଙ୍କ ପକ୍ଷରୁ ୪ଜଣ ଓ ଯାଜପୁର ପୋଲିସର ୩ଜଣ ଅଧିକାରୀଙ୍କୁ ନେଇ ଗଠିତ ଏକ ୭ଜଣିଆ ଟିମ ଗତ ୧ ତାରିଖରେ ମୂର୍ତ୍ତି ଆଣିବା ପାଇଁ ଦିଲ୍ଲୀ ଯାଇଥିଲେ! ଆନ୍ତର୍ଜାତୀୟ ବଜାରରେ ମା’ଙ୍କ ମୂର୍ତ୍ତିର ମୂଲ୍ୟ ୪ରୁ ୫କୋଟି ହେବ ଓ ଏହା ୩ଶହ ବର୍ଷରୁ ଉର୍ଦ୍ଧ୍ବ ପ୍ରାଚୀନ ମୂର୍ତ୍ତି ବୋଲି ଜଣାପଡିଛି!
Leave A Reply