ବୁଗୁଡ଼ା : ତା ୦୪/୧୧/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ବବିତା ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବିଦା ପରବିନ୍ , ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଜିଲ୍ଲା ସଂଯୋଜକ ଦେବବ୍ରତ ସାହୁ , କାର୍ଯ୍ୟକ୍ରମ ସଂଯୋଜକ ଶରତ ଚନ୍ଦ୍ର ମହାରଣା , ବିଏସ୍ଏସ୍ଓ ସୁପ୍ରିୟା ତ୍ରିପାଠୀ , ପିଏଚ୍ଇଓ ରଜନୀ କୁମାରୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟାର ସୁରକ୍ଷା , ଶିକ୍ଷା ଓ ସ୍ବାସ୍ଥ୍ଯ ରକ୍ଷା ପ୍ରତି ଯତ୍ନଶୀଳ ହେବା ସାଙ୍ଗକୁ କନ୍ଯା ଭୃଣ ହତ୍ଯା , ବାଲ୍ଯ ବିବାହ , ପାରିବାରିକ ହିଂସା ଓ ଯୌନ ହିଂସା ଆଦି ରୋକିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏଥି ସହ “ଶିଶୁ ପାଇଁ ଦିନଟିଏ” ଏବଂ “ନିର୍ଭୟା କଢି” ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ଅନୁଷ୍ଠିତ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅବସରରେ ୪ ଜଣ କନ୍ଯା ସନ୍ତାନଙ୍କୁ ସମ୍ମାନିତ କରାଯାଇ ସେମାନଙ୍କୁ ବେବି କିଟ୍ , ମଶାରି , ମିଷ୍ଟାନ୍ନ ଏବଂ ରୋପଣାର୍ଥେ ବୃକ୍ଷ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସେକ୍ଟରର ସୁପରଭାଇଜର , ଅଙ୍ଗନୱାଡି କର୍ମୀ , ଏଏନ୍ଏମ୍ , ଆଶାକର୍ମୀ ଏବଂ କିଶୋରୀମାନେ ଉପସ୍ଥିତ ରହିଥିଲେ ।