Odisha news

ବେଆଇନ ଭାବରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିବା  ବ୍ୟବସାୟୀଙ୍କ ମଧ୍ୟରୁ ଦୁଇଜଣ କୋର୍ଟ ଚାଲାଣ

0

ବେତନଟୀ :  ବୈଶିଙ୍ଗା ଥାନା ଅଧିନ ବାଛୁରୀପଡା ଏବଂ ମହୁଲପାଟଣା ଅଞ୍ଚଳ ରେ ଚାଲିଥିବା ବେଆଇନ ବାଣତିଆରି ଗୋଦାମ ଉପରେ ମୋରଡା ତହସିଲଦାର ଉମେଶ ଜେନା ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ନେତୃତ୍ବରେ ବୈଶିଙ୍ଗା ଥାନା ଆଇଆଇସି ତପନ ପ୍ରଧାନ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହାୟତାରେ ଗୁରୁବାର ଚଢାଉ କରିଥିଲେ l  ଲକ୍ଷାଧିକ ଟଙ୍କାର  ଅଫୁଟା ବାଣ, ବିସ୍ଫୋରକ ସାମଗ୍ରୀ  ଜବତ ଘଟଣାରେ ବୈଶିଙ୍ଗା ପୁଲିସ ମୋଟ ୬ ଜଣଙ୍କ ନାମ ରେ ମାମଲା ରୁଜୁ କରିଥିବା ବେଳେ  ଦୁଇଜଣ ଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ l ଗିରଫ ଅଭିଯୁକ୍ତ ମାନେହେଲେ ବାଛୁରୀପଡା ଗ୍ରାମର  ମନୋରଞ୍ଜନ ସାହୁଙ୍କ ପୁଅ ପିତାମ୍ବର ସାହୁ ବୈକୁଣ୍ଠ ସାହୁର ପୁଅ ମୁକ୍ତିକାନ୍ତ ସାହୁ l ବେଆଇନ ଭାବରେ ବିସ୍ଫୋରକ ସାମଗ୍ରୀ ଗଛିତ ରଖିବା ସହିତ ବାଣ ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରି ଶୁକ୍ରବାର  କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସ l

Leave A Reply