ବ୍ରହ୍ମପୁର : ପାଲେଷ୍ଟାଇନରେ ଇସ୍ରାଇଲର ନରସଂହାର ବନ୍ଦ କରିବା, ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବୀରେ ଅଲ ଇଣ୍ଡିଆ ପିସ ଏଣ୍ଡ ସୋଲିଡାଟ୍ରୀ ଅର୍ଗନଆଈଜଏସନ (ଏଆଇପଇଏସ ଓ) ଡ଼ାକରାରେ ବିଭିନ୍ନ ଗଣସଙ୍ଗଠନ ପକ୍ଷରୁ ସ୍ଥାନୀୟ କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସିଟୁ,ଏଆଇକେଏସ,ଏଆଇଡବ୍ଳୁ, ଏଆଇଡବ୍ଳୁ ଏ,ଡଇୱଇଏଫ ଆଇ,ଓ ଏସ ଏଫ ଆଇର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ଇସ୍ରାଇଲର ଗଣହତ୍ୟାର ତୀଵ୍ର ନିନ୍ଦା କରିଥିଲେ।ପାଲେଷ୍ଟାଇନବାସୀଙ୍କୁ ତାଙ୍କ ନିଜ ଦେଶରେ ରହିବା ଅଧିକାରୀରୁ ବଂଚିତ କରିବା ପାଇଁ ଇସ୍ରାଇଲ , ଆମେରିକା, ଇଂଲଣ୍ଡ ଭଳି ଦେଶ ଗୁଡିକ ଚଳାଇ ଥିବା ଚକ୍ରାନ୍ତ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଥିଲେ।ଜାତିସଂଘର ଦୁଇ ଦେଶ ପ୍ରସ୍ତାବ ଅନୁଯାୟୀ ଇସ୍ରାଇଲ ଓ ପାଲେଷ୍ଟାଇନ ଦୁଇଟି ପୃଥକ ସ୍ୱାଧୀନ ଦେଶ ।ସେହିଭଳି ଇସ୍ରାଇଲ ବେଆଇନଭାବେ ଦଖଲରେ ରଖିଥିବା ପାଲେଷ୍ଟାଇନ ଅଂଚଳରୁ ହଟିଯିବ।ଇସ୍ରାଇଲ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପରିବର୍ତେ ପାଲେଷ୍ଟାଇନର ଗୋଟାଏ ପରେ ଗୋଟିଏ ଅଂଚଳକୁ ବଳପୂର୍ବକ ଦଖଲ କରି ଚାଲିଛି।ଫଳରେ ସମଗ୍ର ମିଡିଲ ଇଷ୍ଟ ରେ ଅଶାନ୍ତି ଲାଗିରହିଛି।ବାରମ୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି।
ଭାରତ ସରକାର ସଦାସର୍ବଦା ଯୁଦ୍ଧ ବିରୋଧରେ ଏବଂ ଜାତୀୟ ମୁକ୍ତି ସଂଗ୍ରାମ ସପକ୍ଷରେ ଦୃଢ଼ ଭାବେ ଠିଆ ହୋଇ ଆସିଛି।ବର୍ତ୍ତମାନ ମୋଦି ସରକାର ଏହି ଘୋଷିତ ନୀତିର ବ୍ୟତିକ୍ରମ କରିଛି।ଆମେରିକା ନିର୍ଦେଶରେ ଇସ୍ରାଇଲକୁ ସୁହାଇଲା ଭଳି ଅବସ୍ଥାନ ଗ୍ରହଣ କରିଛି।ଯୁଦ୍ଧ ବନ୍ଦ କରିବା ପାଇଁ ଜାତିସଙ୍ଘରେ ଆଗତ ପ୍ରସ୍ତାବର ଭୋଟ ଗ୍ରହଣରୁ ବିରତି ରହିଛି।ଏହାକୁ ଶାନ୍ତିକାମି ଭାରତବାସୀ ଦୃଢ଼ନିନ୍ଦା କରିଛନ୍ତି ବୋଲି କହିଛନ୍ତି।ପାଲେଷ୍ଟାଇନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ନେବାକୁ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ କୈଳାସ ଷଡଙ୍ଗୀ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ହରୀକୃଷ୍ଣ ରେଡି, ଅଜୟ ଗୌଡ଼, ବିଦ୍ୟାଧର ଜେନା, ଜୟନ୍ତୀ ବଳା ମିଶ୍ର, ଵିଷ୍ଣୁ ପ୍ରିୟା ସାହୁ, ଗାୟତ୍ରୀ ଗୌଡ଼, ରଂଜନ ପାତ୍ର, ପୁରୁଷୋତ୍ତମ ସାହୁ, ନୃସିଂହ ବ୍ରହ୍ମା ପ୍ରମୁଖ ନେତୃତ୍ୱ ନେଇଥିଲେ।