ଛତ୍ରପୁର,୧ ।୧୧ : ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏନେଇ ବୁଧବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ଭଗବାନ ବେହେରାଙ୍କ ପୌରହିତ୍ୟରେ ଏବଂ ସମାଜସେବୀ ବି. ଶଙ୍କର ରେଡ୍ଡୀଙ୍କ ସଂଯୋଜନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ଏସ.ସାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ସମିତିସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବାପି ଦାସ, ଭିଜିଲାନ୍ସ ଡିଏସପି କ୍ରିଷ୍ଣା ପ୍ରଧାନଙ୍କ ସମେତ ଛତ୍ରପୁର ବ୍ଲକର ବହୁ ସରପଂଚ ଓ ସମିତିସଭ୍ୟ ଯୋଗ ଦେଇ ଦୁର୍ନିତି ମୁକ୍ତ ଉପରେ ସଚେତନତା କରିଥିଲେ । ଏହି ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚିକଲଖଣ୍ଡି ପଂଚାୟତର ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ