ବାଲିପାଟଣା ୩୧/୧୦ : ରାଜଧାନି ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ବାଣ ବିସ୍ଫୋରଣ । ବିସ୍ଫୋରଣରେ ରେ ୨ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର କରାଯାଇଛି । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲିପାଟଣା ଥାନା ଝିଣ୍ଟି ଜୈନବାଦ ଠାରେ ୨ ଜଣ ବାଣ ଭିଡ଼ୁଥିଲେ । ଏହି ସମୟରେ କୌଣସି କାରଣରୁ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ଶବ୍ଦ ରେ ବାଣ ଗୋଦାମ ରେ ଗୋଟିକ ପରେ ଗୋଟିଏ ବାଣ ଫୁଟିବାରେ ଲାଗିଥିଲା । ଘଟଣା ସ୍ଥଳରେ ବାଣ ଭିଡ଼ୁଥିବା ୨ ଜଣ ପୋଡିହୋଇ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ଅଗ୍ନିଶମ କର୍ମଚାରୀ , ବାଲିପାଟଣା ପୋଲିସ୍ ପହଁଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଛନ୍ତି । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି । ଏହି ବାଣ ଗୋଦାମ ର ଲାଇସେନ୍ସ ଅଛି କି ନାହିଁ ତାହା ସ୍ପଟ ହୋଇ ନାହିଁ ।