Odisha news

୫ଟି ଜିଲ୍ଲା ର ଏକ ହଜାର ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା କଲେ

0
ବ୍ରହ୍ମପୁର :  ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଗଞ୍ଜାମ ଜିଲ୍ଲା ସମେତ ଗଜପତି,କନ୍ଧମାଳ , ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ପ୍ରାୟ ଏକ ହଜାର ବରିଷ୍ଠ ପ୍ରଭୃତି ଦକ୍ଷିଣ ଓଡ଼ିଶାର ପାଞ୍ଚୋଟି ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ପ୍ରଦାନ କରିଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ତୀର୍ଥ ସ୍ଥାନ ଦର୍ଶନ,ଖାଦ୍ୟ ପେୟ ଠାରୁ ଆରମ୍ଭ କରି ରହିବା ସେମାନଙ୍କୁ ଗାଇଡ କରି ରାଜ୍ୟ ସରକାରଙ୍କ ଯୋଜନା ପ୍ରକାରେ ବ୍ରହ୍ମପୁର ରେଳ ଷ୍ଟେସନ ରୁ ଆଜି ସକାଳ ୧୧ଟା ବେଳେ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରାୟ ଏକ ହଜାର ବରିଷ୍ଠ ନାଗରିକ ଦକ୍ଷିଣ ଭାରତର ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ କରିବା ଯୋଜନା ରଖିଛନ୍ତି।ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କ ଯାତ୍ରା ଶୁଭ କାମନା ନିମନ୍ତେ ସ୍ଥାନୀୟ ରେଳ ଷ୍ଟେସନ ପରିସରରେ ଏକ ସମ୍ବର୍ଦ୍ଧନାର ସଭା ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜେଡି ମୁଖପାତ୍ର ଲେଲିନ ମହାନ୍ତି, ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶୋଇ, ବିଧାୟକ ବିକ୍ରମ ପଣ୍ଡା, ଶ୍ରୀକାନ୍ତ ସାହୁ, ଲତିକା ପ୍ରଧାନ, ପ୍ରଶାନ୍ତ ବୈଦ୍ୟ, ସୁବାସ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଙ୍କ ସମେତ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆଓ,  ବ୍ରହ୍ମପୁର ଏସପି ଶ୍ରବଣା ବିବେକ,ଗଞ୍ଜାମ ଏସପି ଜଗମୋହନ ମିନା,ପିଡି କୀର୍ତ୍ତି ଞ୍ବସନ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ପ୍ରମୁଖ ଉପସ୍ଥିତ ରହି ଥିଲେ।ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ମାନଙ୍କୁ ପୁଷ୍ପଗୁଛ ଓ ମାଲ୍ୟାର୍ପଣ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
Govt
Leave A Reply