Odisha news

ଆଜି ହେଉଛି କାର୍ତିକ ମାସର ପ୍ରଥମ ସୋମବାର , ମହାଦେବ ଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ଉପାୟ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇଥାଏ l କାର୍ତିକ ମାସ ର ସମସ୍ତ ଦିନ ଅପେକ୍ଷା କାର୍ତିକ ସୋମବାର ଦିନଟି ର ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ କାର୍ତିକ ସୋମବାର ଦିନ ମହାଦେବ ଙ୍କ କୃପା ଲାଭ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

* କାର୍ତିକ ସୋମବାର ଦିନ ଶିବ ମନ୍ଦିର ରେ ଶିବ ଲିଙ୍ଗକୁ ପଞ୍ଚାମୃତ ରେ ସ୍ନାନ କରାଇବା ଦ୍ୱାରା ମହାଦେବ ଙ୍କ କୃପା ମିଳିଥାଏ ଓ ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ l

* ମାନ୍ୟତା ରହିଛି ଯେ କାର୍ତିକ ମାସ ସୋମବାର ଦିନ ମହାଦେବ ଙ୍କ ନିକଟରେ ରୁଦ୍ରାଭିଷେକ କରାଇବା ଦ୍ୱାରା ଜୀବନ ର ସମସ୍ତ ବିଘ୍ନ ଦୂର ହୋଇଥାଏ ଓ ଅଟକି ଥିବା କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ l

* ଯେଉଁମାନେ ସନ୍ତାନ ହୀନ ମହାଦେବ ଙ୍କୁ ଘିଅ ଓ ଗଙ୍ଗା ଜଳ ରେ ଅଭିଷେକ କରାଇବା ଦ୍ୱାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ l

* ମାନ୍ୟତା ରହିଛି ଯେ ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ ମହାଦେବ ଙ୍କୁ ଆଖୁ ରସରେ ଅଭିଷେକ କରାନ୍ତୁ l ଯାହାଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l

* କାର୍ତିକ ମାସ ରେ ଦୀପ ଦାନ ର ଖୁବ ମହତ୍ୱ ରହିଛି l କିନ୍ତୁ ବିଶେଷ ଭାବେ କାର୍ତିକ ମାସ ସୋମବାର ଦିନ ଦୀପ ଦାନ କରିବା ର ବିଶେଷ ମହତ୍ୱ ରହିଛି l ଏହି ଦିନ ଦୀପ ଦାନ କରି ଶିବ ପଞ୍ଚକ୍ଷରୀ ପାଠ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

* ଏହିଦିନ ଚାଉଳ ରେ କଳା ରାଶି ମିଶାଇ ଦାନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ l

* ସୋମବାର ଦିନ ଶିବ ମନ୍ଦିର ରେ ରୁଦ୍ରାକ୍ଷ ଦାନ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ର ଆଗମନ ହୋଇଥାଏ l

Leave A Reply