Odisha news

ଖୁଣ୍ଟାପୁର ଠାରେ ୨୧ତମ ରାବଣପୋଡ଼ି ମହୋତ୍ସବ ଅନୁଷ୍ଠିତ , ହଜାର ହଜାର ଲୋକଙ୍କ ସମାବେଶ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଠାରେ ଚଳିତବର୍ଷ ୨ ୧ତମ ରାବଣପୋଡି ମହୋତ୍ସବ ମହାସମରରେ ଅନୁଷ୍ଠିତ ହୋଇଯାଇଛି। ଖୁଣ୍ଟାପୁର ଠାରେ ଆରମ୍ଭ ହୋଇଥିବା ଦୁର୍ଗା ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ  ଖୁଣ୍ଟାପୁର ରାବଣପୋଡି ଦେଖିବା ପାଇଁ ହଜାର ହଜାର ଲୋକଙ୍କର ସମାଗମ ହୋଇଥିଲା। ଅନୁଷ୍ଠିତ ଏହି ଉତ୍ସବର ସଭାମଞ୍ଚରେ ଅକ୍ଷୟ କୁମାର ମିଶ୍ର ସଭାପତିତ୍ଵ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ହରେକୃଷ୍ଣ ପରିଡା , ମୂଖ୍ୟ ବକ୍ତା ଭାବେ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରଘୁପୁର ସରପଞ୍ଚ ବତୀ ସିଂ, ୩୭ ନଂ  ଜିଲ୍ଲାପରିଷଦ ସଦସ୍ୟା ସୁଶ୍ରୀ ଧାନୀ କିସ୍କୁ , ସମିତି ସଭ୍ୟ ଶକ୍ତିକାନ୍ତ ଦାସ, ସଞ୍ଜୟ କୁମାର ମିଶ୍ର, ହରିଶ୍ଚନ୍ଦ୍ର ରାଉତ, ସଞ୍ଜୟ କୁମାର ସାହୁ ଯୋଗ ଦେଇ ରାବଣ ପୋଡିର ମହତ୍ତ୍ଵ ବିଷୟରେ ବଖାଣି ଥିଲେ। ଜୟନ୍ତ କୁମାର ପ୍ରଧାନ ଧାରା ବିବରଣୀ ପଠନ କରିଥିବା ବେଳେ ରଞ୍ଜନ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ପୂଜା କମିଟିର ସଭାପତି ଅଭିଷେକ ପରିଡା, ସମ୍ପାଦକ ଜିତେନ୍ଦ୍ର ନାଥ, କୋଷାଧ୍ୟକ୍ଷ ଦେବାଶିଷ ଦାସ ଏବଂ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଲୋକମାନଙ୍କର ଏହି ଭିଡକୁ ଆଖି ଆଗରେ ରଖି ଆଇନ ଶୃଙ୍ଖଳା ଦୃଷ୍ଟିରୁ ବୈଶିଙ୍ଗା ଥାନାର ଥାନାଧିକାରୀ ଶ୍ରୀ ପ୍ରଧାନ  ଏକ ପ୍ଲାଟୁନ ଫୋର୍ସ ମୁତୟନ କରିଥିବା ଯୋଗୁଁ  କମିଟି ତରଫରୁ ବୈଶିଙ୍ଗା ପୁଲିସକୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
Govt
Leave A Reply