Odisha news

କାମରେ ଆସୁନି ଅଙ୍ଗନୱାଡିକୁ ମିଳିଥିବା ମୋବାଇଲ୍

0

କଣାସ,୧୯/୧୦ :  ଆଜିକାଲି ଇଣ୍ଟରନେଟ୍ ଯୁଗରେ ମୋବାଇଲ୍ ମାଧ୍ୟମରେ ଘରେ ରହି ଟିକ୍ ନିଖି ଖବର ଜାଣିବା ସହ ସବୁ ତଥ୍ୟ କମ୍ ସମୟରେ ନିଜ ଅଫିସକୁ ପ୍ରେରଣ କରିହେବ, ତା ସହିତ କାର୍ଯ୍ୟ କରିବା ଶୈଳୀ ମଧ୍ୟ ସହଜ ହୋଇଯିବ ।ସେଥିପାଇଁ  ରାଜ୍ୟରେ ଥିବା ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ରାଜ୍ୟ ସରକାର ବାର ହଜାର ଟଙ୍କା ବେୟରେ ମୋବାଇଲ୍ ଓ ପାୱାରବ୍ୟାଙ୍କ ଯୋଗାଇଦେଇଛନ୍ତି ।ହେଲେ ଯେଉଁ ସଂସ୍ଥା ଅଙ୍ଗନୱାଡି କେନ୍ଦ୍ରକୁ ମୋବାଇଲ୍ ଓ ପାୱାର ବ୍ୟାଙ୍କ ଯୋଗାଈଲେ ସେ ଅଳ୍ପ କିଛି ଦିନ ଚାଲିବା ପରେ ଏବେ ଖେଳନା ଭଳି ଅଚଳ ହୋଇ ପଡ଼ିରହିଛି ।କାରଣ ଯେଉଁ କମ୍ପାନୀର ମୋବାଇଲ୍ ଓ ପାୱାରବ୍ୟାଙ୍କ  ଦିଆଗଲା ସେ ମୋବାଇଲ୍ ଓ ପାୱାରବ୍ୟାଙ୍କର ମାର୍କେଟରେ ଚାହିଦା ନଥିବା ବେଳେ ଦୀର୍ଘସ୍ଥାୟୀ ନୁହେଁ ।ଯେତିକି ଟଙ୍କା ସରକାର ଦେଇଥିଲେ ସେଥିରେ ଭଲ କ୍ୱାଲିଟିର ମୋବାଇଲ୍ ଓ ପାୱାର ବ୍ୟାଙ୍କ ହୋଇପାରିଥାନ୍ତା ହେଲେ ଯେଉଁ ସଂସ୍ଥା ମୋବାଇଲ୍ ଓ ପାୱାର ବ୍ୟାଙ୍କ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇଲା ଅଧିକ ଲାଭଖୋର ମନବୃତି ରଖି କମ୍ ଦାମର ଏଭଳି  ମୋବାଇଲ୍ ଓ ପାୱାର ବ୍ୟାଙ୍କ ଦେଲା ଯାହା ଫଳରେ ଅଙ୍ଗନୱାଡି କର୍ମୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଠିକ୍ ସମୟରେ ଅଫିସକୁ ତଥ୍ୟ ନଦେଲେ ଉପରିସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି ।ସେପଟେ ଅଙ୍ଗନୱାଡି କର୍ମୀଙ୍କ ସ୍ୱଳ୍ପ ଦରମାରେ ମୋବାଇଲ୍ ଓ ପାୱାର ବ୍ୟାଙ୍କ କିଣିବା ସମ୍ଭବ ନୁହେଁ ବୋଲି ବିଭିନ୍ନ ସଂଘର ସଭାନେତ୍ରୀ ଓ ଅଙ୍ଗନୱାଡି କର୍ମୀମାନେ କହିଛନ୍ତି ।ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଆସୁଥିବା ଯୋଜନା ବାଟବଣା ହେଉଥିବା ବେଳେ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ କାରଣ କେତେକ ଲାଭଖୋର ବ୍ୟକ୍ତିଙ୍କ ପାଇଁ ଅନ୍ୟମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି ।ଏଭଳି ଘଟଣାକୁ ୫- ଟି ସଚିବ,ଶିଶୁ ବିକାଶ ମନ୍ତ୍ରୀ ଓ ସଚିବ,ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି ।

Nalco
Leave A Reply