Odisha news

ମତ୍ସ୍ୟ ଓ ପଶୁସମ୍ପଦ ମେଳାରେ ୮୦ ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ।

0
ବାଲିପାଟଣା ୧୭/୧୦ :  କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଉଥିବା ବେଳେ ଓଡ଼ିଶାର ଚାଷୀମାନେ ଉପଯୁକ୍ତ ଜ୍ଞାନ କୌଶଳ ଅଭାବରୁ ଉନ୍ନତ ମାନର ଚାଷ ସମ୍ଭବ ହୋଇ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ବଛା ବଛା କିଛି ଚାଷୀଙ୍କୁ ନେଇ ଏକ ପ୍ରଶିକ୍ଷଣ ମେଳା ୨୦୨୩ ର ଅୟୋଜନ କରଯାଇଥିଲା। ଉକ୍ତ ପ୍ରଶିକ୍ଷଣ ମେଳାରେ ମୂଖ୍ୟ ଅତିଥି ଭାବରେ ବ୍ଲକ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା ଯୋଗଦେଇ ଚାଷୀମାନ ଙ୍କୁ ମତ୍ସ୍ୟ ପାଳନ ଓ ଗୋ ପାଳନ ସଂମ୍ପର୍କରେ ବୁଝାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଦୃମନ କୁମାର ବେହେରା, ଅତିରିକ୍ତ ପଶୁ ସମ୍ପଦ ଅଧିକାରୀ ପ୍ରିତମ ପ୍ରିତିମାନ୍ ପଣ୍ଡା,ଅତିରିକ୍ତ ମତ୍ସ୍ୟ ସମ୍ପଦ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ଭି ଏ ଏସ, (ଏମ ଏମ ୟୁ)ମୋନାଲିସା ସେନାପତି ,ବନମାଳୀପୁର ଭି ଏସ ସ୍ଵସତ୍ କୁମାର ପ୍ରଧାନ,ବାଲିପାଟଣା ମତ୍ସ୍ୟ ସମ୍ପଦ ଅଧିକାରୀ ସୁଶ୍ରୀ ରତ୍ନ ମଞ୍ଜରୀ ସେନାପତି , ଆତ୍ମାର ଅଧ୍ୟକ୍ଷ ଶରତ ଚନ୍ଦ୍ର ତ୍ରିପାଠୀଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇ ଥିଲେ।ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିତମ ପ୍ରିତିମାନ୍ ପଣ୍ଡା ଯୋଗଦେଇ ଗୋ ସମ୍ପଦ ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ରୋଗ ଓ ତାର ପ୍ରତିକାର ସମ୍ବଧରେ ବୁଝାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମର ସଫଳତାରେ ବ୍ଲକ ପ୍ରୋଜେକ୍ଟ କୋ ଅଡିନେଟର ଦିବ୍ୟ ରଞ୍ଜନ ମହାପାତ୍ର ଓ ବି ପି ଏମ ରାଜଲକ୍ଷ୍ମୀ ପଣ୍ଡା ସହଯୋଗ କରିଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରୁ ପ୍ରାୟ ୮୦ ଜଣ ଚାଷୀ ଯୋଗଦେଇଥିଲେ।
Leave A Reply