Odisha news

ଚାକିରୀରୁ ନିଲମ୍ବିତ ହେଲେ ମଦୁଆ ପ୍ରଧାନ ଶିକ୍ଷକ

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଗାର୍ଡିଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ନାୟକଙ୍କୁ ଗୁରୁବାର ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି । ଅଶ୍ବିନୀ କୁମାର ନାୟକ ପୂର୍ବରୁ ବୁର୍ବିନାଜୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ଏବଂ ୪ ମାସ ହେବ ପ୍ରଧାନ ଶିକ୍ଷକ ଭାବରେ ଗାର୍ଡିଙ୍ଗିଆ ବିଦ୍ୟାଳୟକୁ ଆସିଥିଲେ । କିଛି ଦିନ ତଳେ ଶିକ୍ଷକ ମାନେ ରାଜଧାନୀର ରାସ୍ତାରେ ନିଜର ହକ ପାଇଁ ଲଢେଇ କରୁଥ‌ିବା ବେଳେ ପ୍ରଧାନ ଶିକ୍ଷକ ଅଶ୍ବିନୀ ମଦ ପିଇ ମାତାଲ ହୋଇ ବିଦ୍ୟାଳୟକୁ ଯାଇଥିଲେ ଏହି ଖବର ପାଇବା କ୍ଷଣି ବିଇଓ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
Govt
Leave A Reply