Odisha news

କୁଡୁମୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ବିବାଦୀୟ ମନ୍ତବ୍ୟ ନେଇ କଡା ପ୍ରତିକ୍ରିୟା ରଖିଲା କୁଡୁମୀ ସେନା 

0
ବାରିପଦା : ୧୯୫୦ ମସିହାରେ କୁଡୁମୀ ଜାତିକୁ ଆଦିବାସୀ ବର୍ଗରୁ ହଠାତ୍ ବାଦ୍ ଦିଆଯାଇଥିଲା । ସେହିଦିନ ଠାରୁ କୁଡୁମୀ ଜାତି ଲୋକମାନେ ଆଦିବାସୀ ବର୍ଗରେ ସାମିଲ ହେବା ପାଇଁ ଦାବି ତଥା ଆନେ୍ଦାଳନ କରି ଆସିଛନ୍ତି । ମାତ୍ର ଏହି ଆନେ୍ଦାଳନ ପଛରେ ବିଦେଶୀ ଶକ୍ତିର ହାତ ଅଛି ଓ ଏହାପାଇଁ ସେମାନେ ଅର୍ଥ ଯୋଗାଇ ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ବିବାଦୀୟ ମନ୍ତବ୍ୟକୁ ନେଇ କୁଡୁମୀ ସେନା ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅବସରରେ ବାରିପଦା ଠାରେ କୁଡୁମୀ ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାତା ଜୈମୁନୀ ମହାନ୍ତ ମନ୍ତ୍ରୀଙ୍କ ଟିପଣୀ ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ମନ୍ତ୍ରୀ ଇଂ ଟୁଡୁ ଆଚର ଉଚାରଣକୁ ଲକ୍ଷ୍ୟ କଲେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍ ନାହିଁ ବୋଲି ମତ ରଖିଥିଲେ । ଏଥିସହ ମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ସବିଶେଷ ତଥ୍ୟ ଓ ପ୍ରମାଣ ସାର୍ବଜନୀନ କରୁନ୍ତୁ ବୋଲି ଶ୍ରୀ ମହାନ୍ତ ଆହ୍ୱାନ ଦେଇଥିଲେ । ଦେଶରେ ଏନ୍ଆଇଏ, ସିବିଆଇ, ଇଡି ଏବଂ ଆଇବି ପରି ବିଶ୍ୱସ୍ତରୀୟ ସଂସ୍ଥା ମାନେ ଏପର୍ଯ୍ୟନ୍ତ କାହିଁକି ଚୁପ ରହିଛନ୍ତି ବୋଲି ତାହାର କାରଣ ମନ୍ତ୍ରୀ ଇଂ ଟୁଡୁ ତୁରନ୍ତ ସ୍ପଷ୍ଟ କରୁନ୍ତୁ ବୋଲି ଶ୍ରୀ ମହାନ୍ତ ଆହ୍ୱାନ କରିଥିଲେ ।
Ad2
Leave A Reply