ପାଂଚପୀଢ ,୮/୧୦ ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତା ତଥା ପୂର୍ଵତନ ଜିଲ୍ଲା ଆଇନ୍ ମୋର୍ଚ୍ଚା ସଭାପତି ମଦନମୋହନ ମହାନ୍ତଙ୍କୁ ଜିଲ୍ଲା ସଭାପତି ନବ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଆଜି ଭୁବନେଶ୍ୱର ଦଳ କାର୍ଯ୍ୟାଳୟ ଠାରେ ରାଜ୍ୟ ସାଂଗଠାନିକ ସମ୍ପାଦକ ମାନସ ମହାନ୍ତି ଓ ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀଙ୍କ ଉପସ୍ଥିତିରେ ଏକ ଭଵ୍ୟପୁର୍ଣ ସମାରୋହରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରିଛନ୍ତି। ତେବେ ଶ୍ରୀ ମହାନ୍ତ ପୂର୍ବରୁ ଜିଲ୍ଲାର ଦୁଇ ଦୁଇଥର ସାଧାରଣ ସମ୍ପାଦକ, କେନ୍ଦୁଝର ଆଇନ୍ ମୋର୍ଚ୍ଚା ସଂଯୋଜକ,ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏଵଂ ଓବିସି ମୋର୍ଚ୍ଚା କେନ୍ଦୁଝର ଓ ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଏବଂ ତିନି ତିନି ଥର ଓକିଲ ସଂଘ ଉପସଭାପତି ଓ ସାଧାରଣ ସମ୍ପାଦକ ଭାବେ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିବାରୁ ତାଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ରାଜ୍ୟ ନେତୃତ୍ୱ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ତେବେ ସେ ଦଳ ପକ୍ଷରୁ ତାଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ନୂତନ ଦାୟିତ୍ୱ ଦେଇଥିବାରୁ ଜିଲ୍ଲା ସଭାପତି ଶ୍ରୀ ମାଝୀ,ରାଜ୍ୟ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ, ରାଜ୍ୟ ସମ୍ପାଦକ ନଵୀନ ରାମ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ ମହାନ୍ତିଙ୍କ ସହ ସମସ୍ତ ନେତୃବୃନ୍ଦଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜଣାଇଛନ୍ତି।ସେ ଦଳର ଏହି ମୋର୍ଚ୍ଚାକୁ ଏକ ନୂତନ ଦିଗନ୍ତ ଦେବାପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କ ସହଯୋଗ କାମନା କରିଥିଲେ। ତାଙ୍କର ଏହି ନୂତନ ଦାୟିତ୍ୱ ପାଇଁ କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।