Odisha news

ଅର୍ଥନୀତି ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

0
ବୁଗୁଡ଼ା : ତା ୦୭/୧୦/୨୩ :  ସ୍ଥାନୀୟ ପିପୁଲ୍ସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇକ୍ୟୁଏସି ସଂଯୋଜକ ଡଃ.ପ୍ରଦୀପ କୁମାର ଦାଶ ଓ ସହ-ସଂଯୋଜକ ଅଧ୍ଯାପକ ଆତ୍ମପ୍ରକାଶ ନାୟକ, ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ, ଅଧ୍ୟାପିକା ଭି.ସନ୍ତୋଷୀ ରାଜୁ ଓ ଅଧ୍ଯାପକ ଅନିଲ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ବିଭାଗୀୟ ନବାଗତ ଛାତ୍ରଛାତ୍ରୀଙ୍କ ପରିଚୟ ଗ୍ରହଣ ସହ ସେମାନଙ୍କୁ ଉପହାର ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହ ନୂତନ ଛାତ୍ରଛାତ୍ରୀଙ୍କୁ କଲେଜର ନୀତିନିୟମକୁ ମାନିବା , ସମୟାନୁବର୍ତ୍ତିତା ପୂର୍ବକ ନିୟମିତ ଉପସ୍ଥାନକୁ ପ୍ରଧାନ୍ଯ ଦେବା, ଶୃଙ୍ଖଳା ରକ୍ଷା କରିବା , ମାନସିକ ସ୍ଥିରତା ରଖି ପାଠ୍ୟ ପୁସ୍ତକ ଅଧ୍ୟୟନ ସାଙ୍ଗକୁ ସମୟର ସଦୁପଯୋଗ କରିବା ଆଦି ସୁଗୁଣକୁ ଆଦରି ନେବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମକୁ ସେମିନାର ସେକ୍ରେଟାରୀ ଗିତାଞ୍ଜଳୀ ନାୟକ , ଆସିଷ୍ଟାଣ୍ଡ ସେକ୍ରେଟାରୀ ପୂଜା ଭୁୟାଁ ଓ ସୁଚିସ୍ମିତା ସାହୁ ପରିଚାଳନା କରିଥିବା ବେଳେ କୈଳାସ ଚନ୍ଦ୍ର ବେହେରା, ବର୍ଷାରାଣୀ ପ୍ରଧାନ ଓ ଜ୍ଯୋତିର୍ମୟୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
Nalco
Leave A Reply