ପିପିଲି : ପିପିଲି ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ପିପିଲି ଅଞ୍ଚଳରୁ ଏକ ଗୋ ମାଂସ ବୋଝେଇ କଣ୍ଟେନର କୁ ଜବତ କରିବା ଶହ ଡ୍ରାଇଭର ଏବଂ ଏହାର ସହଯୋଗୀ କୁ ଅଟକ ରଖି ଦତନ୍ତ ଜାରି ରଖିଛନ୍ତି। ଗୋରୁ ଚୋରା ଚାଲାଣ ଉପରେ ରୋକ୍ ଲାଗିବା ପରେ ଚାଲାଣକାରି ମାନେ ଚୋରାରେ ଗୋ ହତ୍ୟା କରି ମାଂସ ଚାଲାଣ କରିବାର ତରିକାକୁ ଆପଣେଇ ନେଇଛନ୍ତି। ତେବେ ପିପିଲି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଗୋମାଂସ ବାହାର ରାଜ୍ୟକୁ ରପ୍ତାନୀ ହେଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପିପିଲି ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଚଢ଼ାଉ କରି ଉକ୍ତ ଗୋମାଂସ ବୋଝେଇ କଣ୍ଟେନର କୁ ଜବତ କରିଛନ୍ତି। ଉକ୍ତ କଣ୍ଟେନରରେ ହାରାହାରି ଦଶ ଟନ ଗୋମାଂସ ଥିବାର ଅନୁମାନ କରାଯାଉଅଛି। ଏହି ଗୋମାଂସ କୁ ମାଜିଷ୍ଟେଟ ଙ୍କ ଉପସ୍ଥିତିରେ ପୋତି ନଷ୍ଟ କରି ଦିଆଯିବ ବୋଲି ପୋଲିସ ସୁତ୍ରରୁ ଜଣାଯାଏ। ଗୋମାଂସ ରପ୍ତାନୀ କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିନ୍ଦା କରାଯିବା ସହିତ ରପ୍ତାନୀ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଅଛି। ପୋଲିସ ର ତୁରନ୍ତ କାର୍ଯ୍ୟାନୁଷ୍ଠାନ କୁ ସାଧାରଣରେ ପ୍ରଶଂସା କରାଯାଇଅଛି।
