ମନ୍ତ୍ରୀ ଙ୍କ ମହାନତା : ଟିକର କୈବର୍ତ୍ତ ସାହିର ବାପା ମା ଙ୍କୁ ହରାଇଥିବା ୪ ଅନାଥ ଶିଶୁଙ୍କ ଦାୟିତ୍ଵ ବହନ କଲେ ମନ୍ତ୍ରୀ
ଦାନଗଦି, ତା ୧୪/୯ : କୁମ୍ଭିରାଗଡିଆ ପଞ୍ଚାୟତ ଟିକର କୈବର୍ତ୍ତ ସାହିର ବାପ ମା ଛେଉଣ୍ଡ ୪ ଅନାଥ ଶିଶୁ ଙ୍କୁ ଭେଟିଛନ୍ତି ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ । କାଳିଆ ମଲିକ୍ ଙ୍କ ସ୍ତ୍ରୀ ମିନା ମଲ୍ଲିକଙ୍କ ଦେହାନ୍ତ ହେବାରୁ ତାଙ୍କର ୪ଜଣ ଶିଶୁ ଅନାଥ ହୋଇଯାଇଛନ୍ତି। ପୂର୍ଵରୁ ବାପା’ଙ୍କୁ ହରାଇଥିବା ଏହି ଭାଇ-ଭଉଣୀମାନଙ୍କ ପାଖରେ ପହଞ୍ଚିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଆର୍ଥିକ ସହଯୋଗ ଦେବା ସହ,ଭାଇ-ଭଉଣୀ କୁନି,ସୁନି, ମାନସୀ ଓ ସୁକାନ୍ତଙ୍କ ରହିବା ଓ ଖାଇବା, ପାଠପଢ଼ାର ବ୍ୟବସ୍ଥା କରାଇଛନ୍ତି। ମନ୍ତ୍ରୀ ଙ୍କ ଏଭଳି ମହାନତା କୁ ପଂଚାୟତବାସୀ ଭୂୟସୀ ପ୍ରଶଂସା କରିଛନ୍ତି
