Odisha news

କେ. ସି. ଉଚ୍ଚ ବିଦ୍ୟାଳୟ, ହେମପୁର ରେ ” ଉତ୍କର୍ଷ ଆଡକୁ ଏକ ପାଦ ” କାର୍ଯ୍ୟକ୍ରମ

0
ବେତନଟୀ  : ବୈଶିଙ୍ଗା ଥାନା ଅନ୍ତର୍ଗତ  କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ହେମପୁର ରେ ପ୍ରଧାନଶିକ୍ଷକ ଭାବେ ସମରଜିତ ମହାପାତ୍ର ଙ୍କ ଯୋଗଦାନ ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ” ଉତ୍କର୍ଷ ଆଡକୁ ଏକ ପାଦ ” ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର କର୍ମକର୍ତ୍ତା ଓ ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ବରିଷ୍ଠ ଶିକ୍ଷକ ଚନ୍ଦନ କୁମାର ଦାସ ଏବଂ ତୁଷାର କାନ୍ତ ପାତ୍ର ବିଗତ ବର୍ଷ ରେ ବିଦ୍ୟାଳୟ ର ଉପଲବ୍ଧି ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l ପ୍ରଥମ ଥର ପାଇଁ ବିଦ୍ୟାଳୟ ଇତିହାସ ରେ ମାଟ୍ରିକ ଫଳ ୧00% ହେବା, ଜଣେ ଏ-୧ ଗ୍ରେଡ଼ ଏବଂ ୫ ଜଣ ଏ-୨ପାଇବା, ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ପ୍ରଥମ ହେବା, ସୁରଭି  ତଥା ବ୍ଲକ ଓ ଜିଲ୍ଲାସ୍ତରୀୟ କ୍ରୀଡା ରେ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ,ନୂତନ ପ୍ରାଚୀର ପତ୍ରିକା “ହେମାଞ୍ଜଳି ” ର ଆରମ୍ଭ,ବାର୍ଷିକ କ୍ରୀଡା ଓ ଉତ୍ସବ ର ସଫଳ ଆୟୋଜନ ସମ୍ପର୍କ ରେ ଉଲ୍ଲେଖ କରିଥିଲେ l ପ୍ରଧାନଶିକ୍ଷକ ନିଜ ବକ୍ତବ୍ୟ ରେ,ଏହି ସଫଳତା ହାସଲ ଦିଗରେ ସଭିଙ୍କ ସହଯୋଗ ପାଇଁ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିବାର ର ସମସ୍ତ ସଦସ୍ୟ ଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସଫଳତା ଦିଗରେ ମାତ୍ର ଗୋଟିଏ ପାଦ, ଆଗକୁ ଅନେକ ମାଇଲ ପଥ ଚାଲିବାର ଅଛି ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ ଓ ଉପସ୍ଥିତ କମିଟି ସଦସ୍ୟ ଙ୍କ ସହଯୋଗ କାମନା କରିଥିଲେ l ଏହି ବର୍ଷପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ବକ୍ତୃତା, କୁଇଜ, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ପରିଶେଷରେ ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା ରେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା l ଜୟଶ୍ରୀ ପାଢ଼ୀ, ପ୍ରଭାତୀ ପ୍ରଧାନ, ଶରତ କୁମାର ବେହେରା, ରାଜନନ୍ଦିନୀ ପାତ୍ର, ସବିତା ବାରିକ ଓ ଜଗନ୍ନାଥ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Ad2
Leave A Reply