Odisha news

ଗୋପିନାଥପୁର ଶିଶୁ ମନ୍ଦିରରେ ଆଦର୍ଶ ଶିକ୍ଷକ ମାନଙ୍କୁ ସମ୍ମାନୀତ।

0
ଆଠଗଡ଼ ତା ୧୪-୯-୨୩ ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଶିଶୁ ମନ୍ଦିରରେ ଆଦର୍ଶ ଶିକ୍ଷକ ମାନଙ୍କୁ ଆଦର୍ଶ ଗୁରୁ ଭାବରେ ସମ୍ମାନୀତ କରାଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପିନାଥପୁର ଉତ୍କଳମଣି ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଅଧିକାରୀ ସ୍ୱାଇଁ, ସମ୍ନାନୀତ ଅତିଥି ଭାବେ କୁମୁଦ ଚନ୍ଦ୍ର ସ୍ୱାଇଁ, ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ  ଗୁରୁ ଭାବରେ କନ୍ତୋଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧୁର୍ବ ଚରଣ ବେହେରା , ଗୋପିନାଥପୁର ପ୍ରଧାନ ଶିକ୍ଷକ ଗଦାଧର ଲେଙ୍କା, ସହକାରୀ ଶିକ୍ଷକ ଯୋରନ୍ଦା ସନ୍ତୋଷ କୁମାର ତ୍ରିପାଠୀ , ଗୋପିନାଥପୁର ସହକାରୀ ଶିକ୍ଷକ ସୁଦର୍ଶନ ପଞ୍ଚୁଆତି, ପାଟଲିଙ୍ଗା ପ୍ରଧାନ ଶିକ୍ଷକ  ଫକୀର ଚରଣ ରାଉତ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଠଗଡ଼ ଶ୍ରୀମତି ସ୍ନେହଲତା ମିଶ୍ର, ମାନଙ୍କୁ ପୁଷ୍ପଗୁଛ ସହ ମାନପତ୍ର ପ୍ରଦାନ କରାଯିବା ସହ ଗୁରୁ ସମ୍ନାନରେ ସମ୍ନାନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ମାନସ ରଂଜନ ପ୍ରଧାନ,ଓ ପ୍ରଧାନ ଆଚାର୍ଯ୍ୟ ଅନନ୍ତ ଚରଣ ରାଉତ, ଏବଂ ଶିଶୁ ମନ୍ଦିରର ସମସ୍ତ ଅଭିଭାବକ ଏବଂ ଗୁରୁଜୀ , ଗୁରୁମା ପ୍ରମୁଖ ଉପସ୍ଥିତ ଥିଲେ।
Ad2
Leave A Reply