ନୂଆଦିଲ୍ଲୀ : ଭାରତ ଚନ୍ଦ୍ର ମିଶନ ରେ ସଫଳ ହୋଇ ସାରିଛି, ମିଶନ ସୂର୍ଯ୍ୟ ଠିକ ରାସ୍ତାରେ ଚାଲିଛି l ବର୍ତମାନ ଭାରତ ସମୁଦ୍ରର ଗଭୀରତା ମାପିବାରେ ଲାଗି ଅଣ୍ଟା ଭିଡୁଛି l ଭାରତର ସମୁଦ୍ର ମିଶନ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି l ସମୁଦ୍ର ଯାନ ର ପ୍ରଥମ ଫଟୋ ସାମ୍ନାକୁ ଆସିଛି l ଏହି ମିଶନ ରେ ୩ଜଣ ଙ୍କୁ ସ୍ବଦେଶୀ ସବମାର୍ସିବଲ ରେ ବସାଇ ୬ ହଜାର ମିଟର ଗଭୀର ସମୁଦ୍ର ମଧ୍ୟକୁ ପଠା ଯିବ l ଏହି ସମୁଦ୍ର ଯାନ ର ନାମ ହେଉଛି ମତ୍ସ୍ୟ ୬୦୦୦ l ଏହାର ଓଜନ ୨୫ ଟନ l ଏହାର ଲମ୍ବ ୯ ମିଟର ଓ ଚଉଡା ୪ ମିଟର ଅଟେ l ବର୍ତମାନ ପର୍ଯ୍ୟନ୍ତ କେବଳ ଆମେରିକା, ରୁଷ, ଜାପାନ, ଫ୍ରାନ୍ସ ଓ ଚୀନ ଏଭଳି ସବମର୍ସିବଲ ବିକଶିତ କରିଛନ୍ତି l
ସବୁଠୁ ମହତ୍ଵପୁର୍ଣ କଥାଟି ହେଲା ଗୋଟିଏ ପଟେ ଇସ୍ରୋ ଚନ୍ଦ୍ରଜାନ -3 , ଗଗନାୟନ ଓ ସୂର୍ଯ୍ୟ ମିଶନ ଭଳି ଅନ୍ତରୀକ୍ଷ ମିଶନ କରୁଛି l ଅନ୍ୟ ପକ୍ଷରେ ସମୁଦ୍ରର ଗଭୀରତା ଓ ରହସ୍ୟ ଜାଣିବା ପାଇଁ ପ୍ରସ୍ତୁତି ଚାଲିଛି l ଏହା ଗୋଟିଏ ସ୍ବଦେଶୀ ପ୍ରୋଜେକ୍ଟ l ଏହା ଗୋଟିଏ ସବମର୍ସିବଲ ଅଟେ, ଯାହାର ନାମ ମତ୍ସ୍ୟ ୬ ହଜାର ରଖ ଯାଇଛି l ଏହାକୁ ପ୍ରସ୍ତୁତ କରିବା ପାଇଁ ଟାଇଟେନିୟମ ଏଲୋୟ ର ବ୍ୟବହାର କରାଯାଇଛି l ଏହା ୧୨ ଘଣ୍ଟା ପାଇଁ ୩ଜଣ ଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନେଇଯିବ l ଏବଂ ଏଥିରେ ୯୬ ଘଣ୍ଟା ପାଇଁ ଏମର୍ଜେନ୍ସି ଇନ୍ଡ୍ୟୁରେନ୍ସ ରହିଛି l ଆଶା କରାଯାଉଛି ଯେ ଏହାର ଲଂଚିଙ୍ଗ ୨୦୨୬ ରେ କରାଯିବ l
ସମୁଦ୍ର ଯାନ ର ଉଦେଶ୍ୟ ହେଲା ଗଭୀର ସମୁଦ୍ର ମଧ୍ୟରେ ଦୁର୍ଲଭ ଖଣିଜ ପଦାର୍ଥ କୁ ଖୋଜିବ l ପଣ୍ଡୁବି ଗୁଡିକ କେବଳ ୩ଶହ ରୁ ୪ ସହ ମିଟର ଗଭୀର କୁ ଯାଇ ଥାଆନ୍ତି l ଏହି ପ୍ରୋଜେକ୍ଟ ରେ ପାଖାପାଖି ୪୧୦୦ କୋଟି ଟଙ୍କା ବ୍ୟୟ ହୋଇଛି l ଏହି ସମୁଦ୍ର ଯାନ ଗଭୀର ସମୁଦ୍ର ମଧ୍ୟରେ ହାଇଡ୍ରେଟ୍ସ, ପୋଲିମେଟାଲିକ ମାଙ୍ଗାନିଜ, ହାଇଡ୍ରୋ ଥର୍ମାଲ ସଲଫାଇଡ ଓଭାଳି ପଦାର୍ଥ କୁ ଖୋଜି ବାହାର କରିବ l ଏହାର ଅନ୍ୟ ନାମ ଡିପ ଓସେନ ମିଶନ ମଧ୍ୟ କୁହାଯାଉଛି l ୨୦୨୧ ରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଏହାକୁ ଉପସ୍ଥାପନ କରାଯାଇ ଥିଲା l