Odisha news

ସୁରେଇଡିହି ପଞ୍ଚାୟତର ହିତାଧିକାରୀମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଜେଏମଏମ ପକ୍ଷରୁ ଦାବି

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ସୁରେଇଡିହି ପଞ୍ଚାୟତରେ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ମାନେ ୮ମାସ ହେଲାଣୀ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏହି ହିତାଧିକାରୀ ମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଜେଏମଏମ ରାଜ୍ୟ ଉପସଭାପତି ଦିଲ୍ଲିପ ଦାସଙ୍କ ନେତୃତ୍ୱରେ ସାଉନା ସୋରେନ୍ ପ୍ରମୁଖଙ୍କ ସହ ବହୁ ଜେଏମଏମ କର୍ମୀ ଏହି ହିତାଧିକାରୀମାନଙ୍କୁ ନେଇ ପଞ୍ଚାୟତ ଅଫିସ୍ରେ ବସି ବିଡିଓଙ୍କ ସହ ଆଲୋଚନା ପାଇଁ ଦାବି କରିଥିଲେ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ବିଡିଓ ଉକ୍ତ ପଞ୍ଚାୟତକୁ କୌଣସି କାରଣୁ ଆସି ପାରିନଥିବାରୁ ଏସିଓ ମ୍ୟାଡମ୍ଙ୍କୁ ଉକ୍ତ ପଞ୍ଚାୟତ ଅଫିସ୍କୁ ପଠାଇଥିଲେ । ଶେଷରେ ଜେଏମଏମ ନେତୃବୃନ୍ଦ ଓ ହିତାଧିକାରୀମାନଙ୍କ ସହ ଏସିଓ ଆଲୋଚନା କରିଥିଲେ ଓ ସମସ୍ତେ ଆଗାମୀ ୧୫ତାରିଖ ସୁଦ୍ଧା ଭତ୍ତା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ୧୫ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ନ ମିଳିଲେ ଜେଏମଏମ ପକ୍ଷରୁ ପଞ୍ଚାୟତ ଅଫିସରେ ତାଲା ବନ୍ଦ ଆନେ୍ଦାଳନ କରାଯିବ ବୋଲି ଜେଏମଏମ ରାଜ୍ୟ ଉପସଭାପତି ଦିଲ୍ଲିପ ଦାସ ଚେତାବନୀ ଦେଇଥିଲେ ।

Govt
Leave A Reply