ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଅବସରରେ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାର ୨୬ବ୍ଲକର ମୋଟ୍ ୬୦୦ ଶିକ୍ଷକ / ଶିକ୍ଷିକା ଯୋଗ ଦେଇଥିଲେ ଓ ପ୍ରତି ବ୍ଲକରୁ ବିଭିନ୍ନ ବିଭାଗରୁ ୬ଜଣ ଲେଖାଏଁ କୃତୀ ଶିକ୍ଷକ / ଶିକ୍ଷିକାଙ୍କୁ ତଥା ୩୩ଜଣ ଅବସର ପ୍ରାପ୍ତ ଶିକ୍ଷକ / ଶିକ୍ଷିକାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଯୋଗଦେଇ ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଶିକ୍ଷକ ନିଜ ଛାତ୍ରର କୃତିତ୍ୱରେ ଗର୍ବ ଅନୁଭବ କରିବା ଉଚିତ ଓ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ରାଜକିଶୋର ଦାସ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସେ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାଃ ଦେବାଶିଷ ମାର୍ଣ୍ଡି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ତଥା ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ସମାଜ ଗଠନରେ ଶିକ୍ଷକ ମାନଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ ଓ ସୋମନାଥ ସିଂହ, ଯାମିନୀକାନ୍ତ ପଣ୍ଡା ଓ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆବାହକ ବିମଳ କୁମାର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ହରେକୃଷ୍ଣ ବାରିକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଆରତ କୁମାର ପରିଡା, ଜିଲ୍ଲା ନୂତନ ପ୍ରାଥମିକ ଶିକ୍ଷକ ସଙ୍ଘର ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତ, ଜିଲ୍ଲା ଏକ୍ସ କେଡର ଶିକ୍ଷକ ସଂଘର ସଭାପତି ଛବିଲତା ବାରିକ ଓ ଜିଲ୍ଲା ଜୁନିୟର ଶିକ୍ଷକ ସଂଘର ସଭାପତି ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ହରିହର କଳା ମନ୍ଦିରର କଳାକାରଙ୍କ ସ୍ୱାଗତ ସଂଗୀତ ବେଶ ହୃଦୟସ୍ପର୍ଶି ହୋଇଥିଲା । ସିଦେ୍ଧଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ, ବଳରାମ ନାଥ, ଅସୀମ ଚକ୍ରବର୍ତ୍ତୀ, ଶିବ ପ୍ରସାଦ ମହାପାତ୍ର, ଶିବ ପ୍ରସାଦ ମହାନ୍ତ, ସୂର୍ଯ୍ୟ ନାରାୟଣ ସେଠୀ, ପ୍ରହଲ୍ଲାଦ ଗିରି, ଭବେଶ ପାଣିଗ୍ରାହୀ, ମିନାର୍ଭା ଦାସ, ସବିତାରାଣୀ ବାଗ, ସସ୍ମିତା ପାତ୍ର ଓ ସୁମିତ୍ରା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।