Odisha news

ପଶୁ ଡାକ୍ତରଖାନାର ବିଭିନ୍ନ ସେବା ପ୍ରକ୍ରିୟାକୁ ୟୁରୋ ସ୍କୁଲ ଛାତ୍ରଛାତ୍ରୀଙ୍କ ପରିଦର୍ଶନ

0
ଛତ୍ରପୁର,୨୮/୮ : ସରକାରଙ୍କ ପାଠ୍ୟଖସଡା ଅନୁସାରେ ବିଭିନ୍ନ ବିଷୟକୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି । ପାଠ୍ୟପୁସ୍ତିକାର କିଛି ବିଷୟକୁ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଅଧିକ ତ୍ୱରାନିତ କରିବାରେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଭ୍ରମଣ କରାଯାଇ ସେଠାରେ ଚାଲିଥିବା ବିଭିନ୍ନ ପ୍ରକ୍ରିୟାକୁ ଦୃଷ୍ଟି ଆକର୍ଷଣ କରାଯାଇ ବାସ୍ତବାରେ କିପରି କାର୍ଯ୍ୟକ୍ଷମ ହେଉଥିବା ସୂଚାଇ ଦିଆଯାଉଛି । ଏହିକ୍ରମରେ ଅନ୍ତର୍ଜାତିକ ମାର୍କା ପଦ୍ଧତି ଚାଲିଥିବା ଛତ୍ରପୁର ସହରର ୟୁରୋ ସ୍କୁଲର ଛାତ୍ରଛାତ୍ରୀ ସୋମବାର ସ୍ଥାନୀୟ ପଶୁ ଡାକ୍ତରଖାନାର ବିଭିନ୍ନ ସେବା ପ୍ରକ୍ରିୟାକୁ ପରିଦର୍ଶନ କରିଛନ୍ତି । ଛତ୍ରପୁର ଉପଖଣ୍ଡ ଅତିରିକ୍ତ ପ୍ରାଣୀ ଚିକିତ୍ସାକ ଡାକ୍ତର ପତିତପାବନ ରଥ, ପ୍ରାଣୀଚିକିତ୍ସକ ଛତ୍ରପୁର ଡାକ୍ତର ମଧୁମିତା ସାହୁ ଓ ମୁନିଷିପେଣ୍ଠ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ମିଶ୍ର ୟୁରୋ ସ୍କୁଲର କୁନି କୁନି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ଗୃହ ପାଳିତ ପଶୁପକ୍ଷୀଙ୍କୁ କିପରି ଚିକିତ୍ସା ସେବା ଏବଂ ସେମାନଙ୍କୁ ସୁରକ୍ଷା ଓ ଯତ୍ନ ନିଆଯାଉଛି ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ଚିକିତ୍ସାଳୟ ପରିସରରେ ଆହାତ ଥିବା ପୋଷା କୁକୁର ଓ ଗାଇର କିପରି ଚିକିତ୍ସା କରାଯାଉଛି ତାହାକୁ ବାସ୍ତବରେ ଦର୍ଶାଇଥିଲେ ଏବଂ ପରେ ୟୁରୋ ସ୍କୁଲର ଛାତ୍ରଛାତ୍ରୀଙ୍କୁ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ପରିଦର୍ଶନ କରାଇ କିପରି କୁକୁଡା ଚିଆଁ ଉତ୍ପାଦକ ହେଉଛି ତାହା ଦେଖାଇଥିଲେ । ଶେଷରେ ପଶୁ ଡାକ୍ତରଖାନା ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସେମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଥିଲେ ।
Leave A Reply