Odisha news

ବାଉଁଶ ବୋଝେଇ କଣ୍ଟେନର ରୁ ବ୍ୟାଟେରୀ ଚୋରୀ

0
ବେତନଟୀ :   ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ପଞ୍ଚାୟତର ଦାରିହା ଛକ ନିକଟରେ ବାଉଁଶ ବୋଝେଇ କରି ରାତିରେ ଛିଡ଼ା ହୋଇଥିବା ଏକ କଣ୍ଟେନର୍ ରୁ ତିନିଟି ଯାକ ବ୍ୟାଟେରୀ କେହି ଚୋରି କରିନେଇଥିବା ଘଟଣାକୁ ନେଇ ଅଭିଯୋଗ ହୋଇଛି ବୈଶିଙ୍ଗା ଥାନାରେ। ଏତଲାକାରି ବାଲେଶ୍ଵର ଜିଲ୍ଲାର ରେମୁଣା ଅଞ୍ଚଳର ଶିବଶଙ୍କର ମହାର୍ଣା ଙ୍କ ଅଭିଯୋଗ ମୁତାବକ ସେ ଓଡି୦୧ଆର୍ ୨୮୫୨ ନଂ ବିଶିଷ୍ଟ ଏକ କଣ୍ଟେନର୍ ନେଇ ବିଭିନ୍ନ ଚାଷୀମାନଙ୍କ ଠାରୁ ବାଉଁଶ କିଣିବାପାଇଁ ଆସିଥିଲେ। ତେବେ କାଲି ରାତିରେ ବାଉଁଶ ଲୋଡ୍ ସରିବା ବେଳକୁ ରାତି ହୋଇଯାଇଥିବା ଯୋଗୁଁ ସେଠାରେ ଅଟକି ରହିଥିଲେ ଏବଂ ନିକଟସ୍ଥ ବିଶ୍ରାମ ଗୃହରେ ରାତ୍ରୀଯାପନ କରିଥିଲେ। ତେବେ ସକାଳେ ଗାଡ଼ିରେ ବ୍ୟାଟେରୀ ନଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ଶିବଶଙ୍କର ଙ୍କ ଅଭିଯୋଗ କ୍ରମେ ଅନୁସନ୍ଧାନ ଆରମ୍ଭ କରିି ବୈଶିଙ୍ଗା ପୋଲିସ ଏକ ମାମଲା ରୁଜୁ କରିିଥିବା ଜଣାଯାଇଛି। ଅଳ୍ପ କିଛି ଦିନ ହେବ  ଏହି ଅଞ୍ଚଳରେ ଚୋରି ବଢି ଚାଲିଛି।
Ad2
Leave A Reply