ଆଠଗଡ଼ ତା ୨୬-୦୮-୨୩ ଘର ଉପରେ ଛପର ନାହିଁ। ଜରିପାଲ ତଳେ ରହୁଛନ୍ତି ଆଠ ପ୍ରାଣୀ କୁଟୁମ୍ବ। ପାଖରୁ ଦେଖିଲେ ଘର କମ୍ ଗୁହାଳ ଅଧିକ ଦିଶୁଛି।ଏ ଅବସ୍ଥା ଏବେର ନୁହେଁ। ଗତ ତିରିଶ ବର୍ଷ ଧରି ଏଭଳି ଦୟନୀୟ ଅବସ୍ଥା ରେ ରହୁଛନ୍ତି ଆଠ ପ୍ରାଣୀ କୁଟୁମ୍ବ ର ଗୋଟିଏ ପରିବାର। ଆବାସ ଯୋଜନା ଏ ମାନଙ୍କ ପାଇଁ ସାତ ସପନ। ଟଙ୍କା ଦେଇ ପାରୁ ନାହାଁନ୍ତି ବୋଲି ସରକାରୀ ଘର ଖଣ୍ଡିଏ ମିଳି ପାରୁନାହିଁ। ଯାହାକୁ ଗୁହାରି କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ଏହା କୌଣସି ଉପାନ୍ତ ଅଞ୍ଚଳ ର କାହାଣୀ ନୁହେଁ। କଟକ ଜିଲ୍ଲା ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ର ହାଟମାଳ ଗାଁ ର ପ୍ରମୋଦ କୁମାର ବାରିକ ଏବଂ ଦଣ୍ଡଧାରୀ ବାରିକ ଆଜି ନୁହେଁ ଗତ ତିରିଶ ବର୍ଷ ଧରି ଏଭଳି ଦୟନୀୟ ଅବସ୍ଥା ରେ ରହୁଛନ୍ତି। ବର୍ଷା ଦିନେ ଘର ଚୂଲିରୁ ପାଣି ବାହାରୁଛି। ଦିନ ରେ ଖରା ସାଙ୍ଗ କୁ ରାତି ରେ ତାରା ଦେଖି ଜୀବନ ଜୀଉଛନ୍ତି ଏହି ପରିଵାର। ସାମାନ୍ୟ ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ବାରଦ୍ଵାର ଶୁଣ୍ଢି ପିଣ୍ଡା ହେବାକୁ ପଡୁଛି।ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ନାଁ ଆସିଛି। କିନ୍ତୁ କୁଜି ନେତାମାନେ ଟଙ୍କା ମାଗୁଛନ୍ତି। ଆବାସ ଯୋଜନା ରେ କାଳେ ଖର୍ଚ୍ଚ ନ ଦେଲେ ଘର ମିଳିବନି। ଏଥିରେ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କ ଭାଗ ରହିଛି। ଏଭଳି ଏକ ରାକେଟ ତିଗିରିଆ ବ୍ଲକ ରେ ଆସୁଥିବା ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଶୋଷଣ କରିବା ରେ ଲାଗି ପଡିଛନ୍ତି। ଏଭଳି ସଙ୍ଗିନ ଅଭିଯୋଗ ଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିଦାବିଷ୍ଣୁ ସାଜି ସବୁ କଥା କୁ ଅଣଦେଖା କରି ଏମିତି କାମକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।ଏ ବାବଦରେ ତିଗିରିଆ ବିଡ଼ିଓ ପ୍ରବଣ ବେହେରା ଙ୍କୁ ପଚାରିବାରୁ ନିୟମ ଅନୁସାରେ ତାଙ୍କୁ ସରକାରୀ ଘର ମିଳିବ। ତାଲିକା ରେ ନାଁ ଆସିଲେ ସେ ଘର ପାଇବେ। କିନ୍ତୁ ବାସ୍ତବରେ ତାଲିକା ତଳେ ଥିବା ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦିଆ ଯାଇଥିବା ବେଳେ ଏ ଦୁଇ ହିତାଧିକାରୀ ଙ୍କୁ ଅଣଦେଖା ପ୍ରଶାସନିକ ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
