ସୋର,୧୮/୮: ସୋର ପୌର ପାଳିକା ଅନ୍ତର୍ଗତ ଆଶ୍ରମଛକ ନିକଟରେ ଜଣେ ମୋବାଇଲ ଲୁଟେରାକୁ ସ୍ଥାନୀୟ ଲୋକେ ଧରି ଥାନାରେ ଜିମା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ କେଦାରପୁର ଅଞ୍ଚଳର ଯୁବକ ସରୋଜ କୁମାର ପାତ୍ର ଆଶ୍ରମ ଛକରେ ଥିବା ଏକ ମୋବାଇଲ ଦୋକାନକୁ ଯାଇଥିଲେ। ସେଠାରେ କଥା ହେବା ବାହାନାରେ ମୋବାଇଲ ଟିକୁ ଧରି ଓଡି ୨୨ ଭି 0452 ନମ୍ବର ବିଶିଷ୍ଟ ଏକ ପଲସର ବାଇକ ଯୋଗେ ଚମ୍ପଟ ମାରିଥିଲେ। ଏହି ସମୟରେ ସାମ୍ନାରେ ଯାଉଥିବା ଏକ ସ୍କୁଟିକୁ ଲୁଟେରା ଜଣଙ୍କ ଧକା ଦେଇ ପଡିଯାଇଥିଲେ। ପରେ ଉକ୍ତ ମୋବାଇଲ ଦୋକାନର ମାଲିକ ଓ ସ୍ଥାନୀୟ ଲୋକେ ଲୁଟେରାକୁ ଧରି ଉତ୍ତମମଧ୍ୟମ ଦେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ବାଇକ ଟିକୁ ଜବତ କରି ସୋର ଥାନାକୁ ନେବା ସହ ସରୋଜକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସ୍କୁଟି ଚାଳକ ଜଣଙ୍କ ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।