ବାଲିପାଟଣା ୧୭/୦୮: ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଗୁରୁବାର ପୂର୍ବାହ୍ନ ରେ ବାଲିପାଟଣା ବ୍ଲକ ର ୩ ଟି ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରିବା ସହ ଉକ୍ତ ବିଦ୍ୟାଳୟ ଗୁଡିକ ରେ ବୃକ୍ଷରୋପଣ କରିଛନ୍ତି । ବିଧାୟକ ଡଃ ଢାଲୀ ପ୍ରଥମେ ବାଲିପାଟଣା ସ୍ଥିତ ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହିତ ସେମାନଙ୍କୁ ପିତା , ମାତା ଓ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ,ବ୍ୟାପକ ବୃକ୍ଷରୋପଣ କରିବା ଓ ନିଶା ନିବାରଣ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଉପଦେଶ ଦେଇଥିଲେ । ପରେ ବିଧାୟକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ପରେ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚଣାହଟା ସ୍ଥିତ ଜନବିଦ୍ୟା ମନ୍ଦିର ରେ ଅନୁରୂପ ଭାବେ ପିଲାମାନଙ୍କୁ ଶିକ୍ଷାଦାନ କରିବା ସହିତ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଧାୟକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଗୋଷ୍ଠି ଶିକ୍ଷାକେନ୍ଦ୍ର କୁ ଯାଇ ବ୍ଲ୍କକ ର ବିଭିନ୍ନ ବିଦ୍ୟାଳୟ ର ଅଭାବ ଅସୁଭିଧା ସଂପର୍କରେ ବି. ଇ. ଓ ଆକାକ୍ଷିଂତା ପ୍ରିୟଦର୍ଶିନି ପ୍ରଧାନ ଙ୍କୁ ପଚାରି ବୁଝିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଅଭିମନ୍ୟୁ ନାୟକ , କାଳନ୍ଦି ସେଠି .ପ୍ରଧାନ ଶିକ୍ଷୟିତ୍ରୀ ସୁସମାରାଣୀ ମହାପାତ୍ର , ବିଷ୍ଣୁପ୍ରିୟ। ବରିହା , ପରିଚାଳନା ପରିଷଦ ସଭାପତି ଜୟନ୍ତ କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।