ସୋର,12/8: ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡା ରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଓଡିଶା ସରକାରଙ୍କ ନୂଆ ଯୋଜନା ମସଲା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ସୋର ବିଧାୟକ ପର୍ଶୁରାମ ଧଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ କୃଷକ ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ଉଦେଶ୍ୟରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକ ମାନଙ୍କୁ ଧଣିଆ ଏବଂ ଲଙ୍କା ଚାଷ ପାଇଁ ମଞ୍ଜି ବଣ୍ଟନ କରିଥିଲେ. ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆତ୍ମା ଅଧକ୍ଷ ଗିରିଧାରୀ ବେହେରା, ବ୍ଲକ ଅଧକ୍ଷା ଅନୁସୂୟା ମଳିକ,ଏଏଚଓ ଶୁଭଶ୍ରୀ ଶୁଭସ୍ମିତା, ପ୍ରମୋଦ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମକୁ ଏଚଓଇଡବ୍ଲୁ ଗିରିଜା ଶଙ୍କର ପଣ୍ଡା ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମରେ ଆଜି ମୋଟ ସତୁରି ଜଣ ଚାଷୀଙ୍କୁ ମଞ୍ଜି ବଣ୍ଟନ କରାଯାଇଥିଲା.