Odisha news

ବୁଗୁଡ଼ା ଯାଦବ ସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
ବୁଗୁଡା : ତା ୧୧/୦୮/୨୩ : ବୁଗୁଡା ଏନଏସି ଅନ୍ତର୍ଗତ ଯାଦବ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଇଓ ଚିନ୍ମୟ
ମହାପାତ୍ର, ଏବିଇଓ ସିମାଞ୍ଚଳ ସେଠୀ, ସିଆରସିସି ଶଶିକାନ୍ତ ପାତ୍ର, ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ , କେ.ତ୍ରି ଲୋଚନ ଦୋରା , ଅଙ୍ଗନୱାଡି କର୍ମୀ ନଳିନୀ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପୋଷାକ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷୟିତ୍ରୀ ସବିତା ପାତ୍ର ଓ ମଞ୍ଜୁବଳା ମିଶ୍ର ସହଯୋଗ କରିଥିଲେ ।
Govt
Leave A Reply