ବେତନଟୀ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ସନ୍ତରା ପଞ୍ଚାୟତ ଅଧୀନ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର କୃମିନାଶକ ବଟିକା ଖାଇ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ି ତଳେ ଶୋଇଗଲେ l ବିଦ୍ୟାଳୟ ବାରଣ୍ଡାରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ସରକାରୀ ନିର୍ଦ୍ଦେଶ ପରେ ସାରା ଜିଲ୍ଲାରେ ସାମୂହିକ ଫାଇଲେରିଆ ଏବଂ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହିକ୍ରମରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଶତାଧିକ ପିଲାଙ୍କୁ ଔଷଧ ଦିଆଯାଇଥିଲା। ବଟିକା ଖାଇସାରିବା ପରେ ପାର୍ଶ୍ୱପ୍ରତିକ୍ରିୟା ଆରମ୍ଭ ହୋଇଥିଲା l ହଠାତ୍ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଘୂରାଇବା ସହ ବାନ୍ତି ଉଠେଇ ଥିଲା l ପରେ ସେମାନେ ବିଦ୍ୟାଳୟ ବାରଣ୍ଡାରେ ବସିଥିବା ସ୍ଥଳରେ ସଂଜ୍ଞାହୀନ ହୋଇ ତଳେ ଶୋଇଯାଇଥିଲେ l ଅସ୍ତବ୍ୟସ୍ତ ହୋଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ତୁରନ୍ତ ଔଷଧ ପ୍ରଦାନ କରିଥିବା ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ପିଲାଙ୍କ ଅସୁସ୍ଥତା ସମ୍ବନ୍ଧରେ ଜଣାଇଥିଲେ l ପରେ ଅଙ୍ଗନବାଡି କର୍ମୀ ମାମି ପଣ୍ଡା ଓ ଆଶା ମାଳତୀ ମାଝୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କର ପ୍ରାଥମିକ ଚିକିତ୍ସା କରିଥିଲା