ରଣପୁର…. ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳ ରେ ଦିନ କୁ ଦିନ ବେଆଇନି ଭ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ ରଣପୁର ବଜରଙ୍ଗୀ ଦଳ ସଦସ୍ୟ ମାନଙ୍କ ଙ୍କ ଦ୍ୱାରା ବିଭିନ୍ନ ସମୟ ରେ ବେଆଇନି ଗୋଚାଲାଣ ଗାଡି କୁ ଜବତ କରି ରଣପୁର ଥାନା ରେ ହସ୍ତାନ୍ତର କରାଯାଉଛି ତେବେ ଗତକାଲି ଶୁକ୍ରବାର ଦିନ ରଣପୁର ବଜରଙ୍ଗୀ ଦଳ ତରଫରୁ ରଣପୁର ଥାନା ଓ ଅଧିନସ୍ଥ ଆମ୍ବଝର ଗ୍ରାମ ନିକଟ ରୁ 75କେଜି ଗୋ ମାଂସ ଜବତ କରାଯିବା ସହିତ ତିନି ବ୍ୟକ୍ତି ଙ୍କୁ ରଣପୁର ଥାନା ରେ ଜିମା ଦିଆ ଯାଇଥିବା ଜଣାପଡିଛି ଏନେଇ ରଣପୁର ପୋଲିସ ରଣପୁର ଥାନା କେଶ ନମ୍ବର 218ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି.. ବଜରଙ୍ଗୀ ସଦସ୍ୟ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ଦୁଇ ଘଂଟିକା ସମୟରେ ରଣପୁର ଥାନା ଅଧିନସ୍ଥ ଜାମୁସାହି ଠାରୁ ଏକ ପାସେଞ୍ଜର ଅଟୋ ରେ କଟା ଗୋମାଂସ ଲଦା ହୋଇ ବାମ୍ବଡା ଆସୁଥିବା ନେଇ ରଣପୁର ବଜରଙ୍ଗୀ ଦଳ କିଛି ସଦସ୍ୟ ମାନେ ବିଶେଷ ସୂତ୍ର ରୁ ଖବର ପାଇଥିଲେ ଏହାପରେ ଉକ୍ତ ଅଟୋ କୁ ପିଛା କରି ଆମ୍ବଝର ଗ୍ରାମ ନିକଟରେ OD13D5313 ନମ୍ବର ପାସେଞ୍ଜର ଅଟୋ କୁ ଅଟକାଇ ସେଥିରେ ଗୋମାଂସ ଚାଲାଣ ହେଉଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଅଟୋ ସହିତ ତିନି ଜଣ ବେପାରୀ ଙ୍କୁ କାବୁ କରି ରଣପୁର ଥାନା ରେ ଜିମା ଦେଇଥିଲେ ତେବେ ଜବତ ଅଟୋ ରେ 75କେଜି କଟା ଗୋମାଂସ ଥିବା ସହିତ ଥାନା ଅଟକ ଥିବା ତିନି ଜଣ ମାଂସ ବେପାରୀ ହେଲେ ବ୍ରଜରାଜପୁର ପଞ୍ଚାୟତ ଅଧିନସ୍ଥ ବାମ୍ବଡା ଗ୍ରାମ ର ଶେଖ ଅସଦ ଅଲ୍ଲୀ, ଶେଖ ସଦାମ.ଶେଖ ସୁଲେମାନ ବୋଲି ଜଣାପଡିଛି.. ତେବେ ପୋଲିସ ଏନେଇ ରଣପୁର ଥାନା କେଶ ନମ୍ବର 218ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି…. ତେବେ ରାତି ଅଧିଆ ଗୋଚାଲାଣ କୁ ରୋକିବା ପାଇଁ ରାତ୍ର ପେଟ୍ରୋଲିଙ୍ଗ କଡା କଡ଼ି କରିବାକୁ ସାଧାରଣ ରେ ଦାବୀ ହେଉଛି…..