Odisha news

ନିବେଦିତା ପ୍ରଧାନଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

0

ଭୁବନେଶ୍ୱର, ତା.୧୦/୦୮: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ପୂର୍ବତନ ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।  ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର ଜଣେ ଟାଣୁଆ ନେତ୍ରୀ ଏବଂ କଟକବାସୀଙ୍କ ଅତିପ୍ରିୟ ନେତ୍ରୀ ଥିଲେ । ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ବିୟୋଗ ଭାରତୀୟ ଜନତା ପାର୍ଟି ପାଇଁ  ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀଯୁକ୍ତ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି ।ସ୍ୱର୍ଗତଃ ସୁଶ୍ରୀ ନିବେଦିତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Nalco
Leave A Reply