Odisha news

ତିନି ଦିନ ହେଲା ପାନୀୟ ଜଳ ଏବଂ ଖାଦ୍ୟ ନାହିଁ : ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଘେରିଲେ ଛାତ୍ରୀ ନିବାସର ଅନ୍ତେବାସୀ।

0

ଆଠଗଡ଼ ତା ୧୧-୦୮-୨୩ ଆଠଗଡ଼ ଉପଖଣ୍ଡ ର ପ୍ରତିଷ୍ଠିତ ମହାବିଦ୍ୟାଳୟ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ। ଏଠାରେ ଥିବା ଛାତ୍ରୀ ନିବାସ ରେ ରହୁଛନ୍ତି ୪୫ ରୁ ଉର୍ଦ୍ଧ୍ବ ଅନ୍ତେବାସୀ। ସେମାନଙ୍କ ଠାରୁ ଆଡ଼ମିଶନ ବାବଦରେ ୫ ହଜାର ଟଙ୍କା,ରି ଆଡ଼ମିଶନ ପାଇଁ ୨୦୦୦ ଟଙ୍କା ଏବଂ ମାସିକ ୨୬୦୦ ଟଙ୍କା ଲେଖାଏଁ ଆଦାୟ କରା ଯାଉଛି। କିନ୍ତୁ ଏହି ଛାତ୍ରୀ ନିବାସ ମଧ୍ୟରେ ରହୁଥିବା ଅନ୍ତେବାସୀ ମାନଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି।ବର୍ଷ ବର୍ଷ ଧରି ଏହି ସମସ୍ୟାର ସମାଧାନ ପାଇଁ କଲେଜ କତ୍ତୃପକ୍ଷ ଆନ୍ତରିକତା ଦେଖାଉ ନଥିବାରୁ ଏହି ସମସ୍ୟା ବହୁଗୁଣିତ ହେବାରେ ଲାଗିଛି।ଗତ ତିନି ଦିନ ଧରି ଛାତ୍ରୀ ମାନଙ୍କୁ ପିଇବା ପାଣି ଏବଂ ଖାଦ୍ୟ ଯୋଗାଇ ଦିଆ ଯାଇନାହିଁ। ଛାତ୍ରୀ ନିବାସ ଦାୟିତ୍ବରେ ଜଣେ ସୁପରିଟେଣ୍ଡେଣ୍ଟ ଙ୍କ ସହିତ ସାତଜଣ କର୍ମଚାରୀ ରହିଛନ୍ତି। କିନ୍ତୁ ଗତ ତିନି ଦିନ ଧରି ଏହି ସମସ୍ୟାର ସମାଧାନ ହୋଇ ନ ପାରିବାରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ଘେରିଥିଲେ ଛାତ୍ରୀ ମାନେ। ତେବେ ଏ ବାବଦରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲୋକନାଥ ସାହୁ ଙ୍କୁ ପଚାରିବାରୁ ଏ ବାବଦରେ ଅଭିଯୋଗ ମୋ ପାଖକୁ ଆସିବା ପରେ ସମାଧାନ ପାଇଁ ଉଦ୍ୟମ କରିଥିବା କହିଛନ୍ତି। ଏମିତି କି ଜରୁରୀକାଳୀନ ସ୍ଥିତି ଯୋଗୁଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆ ଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଵିଛା ଯାଇଥିବା ପାଇପ୍ ଫାଟି ଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି।

Leave A Reply