Odisha news

ଢ଼େଙ୍କିକୋଟ ରେ  ଫାଇଲେରିଆ ନିରାକରଣ ଅଭିଯାନ କାର୍ଯକ୍ରମ

0
ଢ଼େଙ୍କିକୋଟ ତା ୧୦. ୮. ୨୩ : ଢ଼େଙ୍କିକୋଟ ପ୍ରାଥମିକ ଚିକିତ୍ସlକେନ୍ଦ୍ର ରେ ଆଜି ଏଫ. ଏମ. ରେଡିଓ ଉପକାର ତରଫରୁ ଫାଇଲେରିଆ ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ରେଡିଓ ଉପକାର ର ମୁଖ୍ୟ ପ୍ରତାପ କେଶରୀ ବାରିକ କଂ ନିର୍ଦେଶକ୍ରମେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ଓ ଉଦ୍ବେଶ୍ୟ,ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ବରିଷ୍ଠ ସମାଜସେବୀ ତଥା ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କୁଳମଣି ମଣ୍ଡଳ l  ଫାଇଲେରିଆ ନିରାକରଣ ଓ କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ତିତ ଲୋକ ମାନଂକୁ ବୁଝାଇଥିଲେ ଢ଼େଙ୍କିକୋଟ ସ୍ବାସ୍ଥ୍ୟ   କେନ୍ଦ୍ରର ବରିଷ୍ଠ ଡାକ୍ତର ପୂର୍ଣଚନ୍ଦ୍ର ବଳ  ଓ ସୁପରଭାଇଜର ଅରୁପାନନ୍ଦ ସେଠୀ l ଆଜିର ଏହି କାର୍ଯ୍ୟକ୍ରମରେ ଅନୁନ୍ୟ ଏକଶହ ରୁ ଅଧିକ ଲୋକ ଉପସ୍ଥିତ ଥିଲେ l କେଉଁ ମଶା କାମୁଡିବା ଦ୍ବାରା ଏ ରୋଗ ହୋଇଥାଏ ସେ ସମ୍ପର୍କରେ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା l ମାଇକ୍ୟୁରେକ୍ସ ମଶା କାମୁଡିବା ଦ୍ବାରା ଏ ରୋଗ ହୋଇଥାଏ l ଯ ଦ୍ୱାରା ଜ୍ବର ଆସିବା,ଦେହ ହାତ ଘୋଳାବିନ୍ଧା ହେବା, ଚର୍ମ ରେ ଲାଲ୍ ଦାଗ ପଡିବା, ହାତ ଗୋଡ, ସ୍ତନ,ଅଣ୍ଡକୋଷ ଫୁଲିବା ଲକ୍ଷ୍ୟଣ ଦେଖାଦେଇଥାଏ l ତେଣୁ ସେ ସମ୍ପର୍କରେ ନିରାକରଣ ପାଇଁ କେଉଁ ଔଷଧ ଦିଆଯିବ କୁହାଯାଇଥିଲା l ନିଜେ ସଚେତନତା ହୋଇ ଅନ୍ୟ କୁ ସଚେତନତା କରିବା ସହିତ ପରିବେଶ ସଫା ରଖିବାକୁ କୁହାଯାଇଥିଲା l ତତ ସହିତ କେଉଁ ମାନେ ଫାଇଲେରିଆ ଔଷଧ ଖାଇବେ ନାହିଁ ସେ ସମ୍ପର୍କରେ କୁହାଯାଇଥିଲା l ଆଜିକାଲି ସର୍ପା ଘାତରେ ଅନେକ ମୃତ୍ୟୁ ବରଣ କରୁଥିବାବେଳେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଇଥିଲା l ସ୍ତାନିୟ ସାମ୍ବାଦିକ ସଂଜୟ କୁମାର ସାହୁ, କବିନ୍ଦ୍ର ରାଉତ, ତପନ କୁମାର ବେହେରା ପ୍ରମୂଖ ଯୋଗଦେଇଥିଲେ l
Leave A Reply