ବାରିପଦା : ମୟୂରଭଞ୍ଜ ଜିଲ୍ଲା ସିଆଇଟିୟୁ ପକ୍ଷର ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜକୁ ୧୯୪୨ ମସିହାରେ ଭାରତ ଛାଡ ଋଣ ହୁଙ୍କାର ଦିଆଯାଇଥିଲା ଯାହାକୁ ତକôାଳୀନ ଜନ ସଂଘ ବିଶ୍ୱହିନ୍ଦୁ ପରିଷଦ(ଆର.ଏସ.ଏସ) ଓ ଜିନା ପରିଚାଳିତ ମୁସଲିମ୍ ଲିଗ୍ ଏହି ଭାରତ ଛାଡ ଆନେ୍ଦାଳନର ବିରୋଧ କରିଥିବାବେଳେ କଂଗ୍ରେସ ଓ ସମୂହ ବିପ୍ଲବୀ ସଂଗଠନ, କମୁ୍ୟନିଷ୍ଟ ପାର୍ଟି ଏବଂ ଦେଶପ୍ରିୟ ଭାରତବାସୀ ଏହାକୁ ସମର୍ଥନ କରିଥିଲେ । ସେହି ଭାରତ ଛାଡ ଦିବସ ପାଳନ ଅବସରରେ ସିଆଇଟିୟୁ ଜିଲ୍ଲା ସଭାପତି ରବି ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଘରୋଇକରଣ, ଦରଦାମ ବୃଦ୍ଧି, ବେକାରୀ ଏବଂ ସର୍ବୋପରି ଡବଲ ଇଞ୍ଜିନ ସରକାର ଦ୍ୱାରା ମଣିପୁରରେ ଜାତି ଦଙ୍ଗା ସୃଷ୍ଟିକାରୀ ନରେନ୍ଦ୍ର ମୋଦି ପରିଚାଳିତ ବିଜେପି ସରକାର କଠୋର ସମାଲୋଚନା କରି ବକ୍ତବ୍ୟ ରଖିଥିଲେ ସିଆଇଟିୟୁର ଜିଲ୍ଲା ସମ୍ପାଦକ ଅମଲ ଦେ, କୋଷାଧ୍ୟକ୍ଷ ଓ ମଟର କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା, ପାଚିକା ସଂଘର କୁଞ୍ଜଲତା ମହାନ୍ତ, ମାଳତୀ ମହାନ୍ତ ପ୍ରମୁଖ ନେତୃବୃନ୍ଦ । ଉକ୍ତ କାର୍ଯ୍ୟକ୍ରମରେ ମଟର ସଂଘର ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁଭାଷ ତି୍ରପାଠୀ, ପାଚିକା ସଂଘର ଆରତୀ ମହାନ୍ତ, ସୁବାସିନି ମହାନ୍ତ, ସୁମତି ଧୀର, ଉର୍ମିଲା ବେହେରା, କାଳୁ ଦେହୁରୀ, ଗୁରୁବାରୀ ନାଏକ, ଶମ୍ଭୁନାଥ ବାରିକ, ସୀତା ଚପିୟାର, ଚୂଡାମଣି ମାଝୀ, ରେବତୀ ମହାନ୍ତ, ଶକ୍ତିପଦ ସାହୁ, ଜଗନ୍ନାଥ ବିନ୍ଧାଣୀ ଓ ସଞ୍ଜୟ ଜେନା ପ୍ରମୁଖଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିବା ସହିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।