Odisha news

ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେରୀ ମାଟି, ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ସୋର,10/8: ସୋର ବ୍ଲକ ମଙ୍ଗଳପୁରସ୍ଥିତ ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ମେରୀ ମାଟି, ମେରା ଦେଶ କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼.ସମ୍ବିତ କୁମାର ପଳିତା,ଡ଼.ପୁଣ୍ୟବ୍ରତ ମହାନ୍ତି, ଅଧ୍ୟାପିକା ପୁଷ୍ପଲତା ପାଢ଼ୀ ଯୋଗଦେଇ ଭାରତ ବର୍ଷରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବର୍ଷ ବ୍ୟାପି ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ,ଦେଶର ଉନ୍ନତ୍ତି, ଅଗ୍ରଗତି ବାବଦରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ମାନେ ସୁନାଗରିକ ହୋଇ ଦେଶ ତଥା ସମାଜର ଉନ୍ନତ୍ତିରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ. ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଚକ୍ରଧର ରାଉତ ଏବଂ ପୂର୍ବତନ ସେନାଧିକାରୀ ବିଜୟ କୁମାର ମହାଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ବିଦ୍ୟାଳୟ ପରିସରରେ ୭୫ ଟି ବୃକ୍ଷ ରୋପଣ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଅଧକ୍ଷ ଶ୍ରୀ ବିଶ୍ୱାଳ ଦେଶର ଉନ୍ନତ୍ତିରେ ସହାଭାଗିତା ହେବା ପାଇଁ ଏବଂ ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ମାନଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଥିଲେ. ଶେଷରେ ଡ଼. ପଳିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
Ad2
Leave A Reply