Odisha news

ସ୍ୱାଧୀନତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗୀତା

0

ବାରିପଦା : କଲ୍ୟାଣୀ ମହିଳା ସମିତି ଆନୁକୂଲ୍ୟରେ ନିଜସ୍ୱ ସଭାଗୃହରେ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସମ୍ପାଦିକା କଳ୍ପନା ଷଡଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାରେ ସିନିୟର ବିଭାଗରେ ମୁର୍ଗାବାଡି କେନ୍ଦ୍ରୀୟ ବିଦ୍ୟାଳୟର ଗୌରବ ଦାସ ପ୍ରଥମ, ଏମପିକେ ବାଳିକା ବିଦ୍ୟାଳୟର ତୃଷା ସିଂ ଦ୍ୱିତୀୟ, ଶିରିଶବଣୀ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଆୟୁଷ ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିୟର ବିଭାଗରେ ସେଣ୍ଟ ଏନି କନଭେଣ୍ଟ ସ୍କୁଲର ବିଦ୍ୟାଶା ମହାନ୍ତ ପ୍ରଥମ, ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟର ନବ୍ୟାସା ବେରା ଦ୍ୱିତୀୟ ଓ ସେଣ୍ଟ ଏନି କନଭେଣ୍ଟ ସ୍କୁଲର ବୈଭାବୀ ଘୋହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷା ଅର୍ଚ୍ଚନା ମହାପାତ୍ର, ଯୁଗ୍ମ ସମ୍ପାଦିକା ପ୍ରତିଭା ମିଶ୍ର, ନଳିନୀ ପାଣିଗ୍ରାହୀ, ପ୍ରଭାତୀ ପାଣିଗ୍ରାହୀ, ବାସନ୍ତିଲତା ମହାପାତ୍ର, ବିଷ୍ଣୁପ୍ରିୟା ମହାନ୍ତି, ସୁଶ୍ରୀ କାନନ ଆଢ୍ୟା, ମାନୀ ମହାପାତ୍ର, ପ୍ରତିମା ଦାଶ, ଆରତି ସାହୁ ଏବଂ ପ୍ରଭାକର ଧଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅର୍ଚ୍ଚନା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Ad2
Leave A Reply