ବାରିପଦା : ୧୯୭୮ ମସିହାରେ ସହିଦ ହୋଇଥିବା ଜେଏମଏମ ପୂର୍ବତନ ସଭାପତି ସହିଦ୍ ନିର୍ମଳ ମହାନ୍ତଙ୍କ ୩୬ବର୍ଷ ସହିଦ ଦିବସ ପୂର୍ତ୍ତି ଅବସରରେ ବାରିପଦା ଜୁବିଲି ମଣ୍ଡପ ଠାରେ ଜେଏମଏମ ପୂର୍ବ ସଭାପତି ବାବୁଲାଲ ମୁର୍ମୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହିଦ ନିର୍ମଳ ମହାନ୍ତଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନିର୍ମଳ ମହାନ୍ତଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶପଥ ନିଆଯାଇଥିଲା । ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ନୂତନ କମିଟି ଯଥା ସହିଦ୍ ନିର୍ମଳ ମହାନ୍ତ ସ୍ମୃତି କମିଟି ଗଠନ କରାଯାଇଛି । ଉକ୍ତ କମିଟିର ନୂତନ ସଭାପତି ଭାବେ ଦିପକ ମହାନ୍ତଙ୍କୁ ଦାୟିତ୍ୱ ଦିଆଯିବା ସହିତ ଆଗାମୀ ଦିନରେ ସ୍ଥାନ ନିର୍ଦ୍ଧାରଣ କରି ପାର୍ଟି ସହଯୋଗ ଦ୍ୱାରା ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ନିର୍ମଳ ମହାନ୍ତଙ୍କ ଝାରଖଣ୍ଡ ଗଠନର ଅବଦାନ ଏବ ଓଡିଶାରେ ଅଜସୁ ଆନେ୍ଦାଳନ ହୋଇ ଅନେକ ନେତା ତିଆରି କରିପାରିଥିଲା । ଯାହାକି ଆଜି ସେହି ନେତାମାନେ ବିଭିନ୍ନ ଦଳରେ ରହି ବିଧାୟକ ଓ ମନ୍ତ୍ରୀ ହୋଇଥିଲେ ମଧ୍ୟ ଲୋକସେବାରେ କାର୍ଯ୍ୟ କରିପାରୁନାହାନ୍ତି । ତେଣୁ ଆଗାମୀ ୨୦୨୪ ନିର୍ବାଚନରେ ଜେଏମଏମ ପକ୍ଷରୁ ଜବାବ ଦିଆଯିବ ବୋଲି ଶପଥ ନିଆଯାଇଥିଲା । ଉକ୍ତ ସଭାରେ ଜେଏମଏମ ପ୍ରଭାରୀ ତଥା ପ୍ରବକ୍ତା ଶିବାଜୀ ମୌଳିକ, ପୂର୍ବ ସମ୍ପାଦକ ପୂରଥୁ ହାଁସଦାଃ, ସହସମ୍ପାଦକ କିଶୋର ହାଁସଦାଃ, ଜେଏମଏମ ପୂର୍ବ ମହିଳା ମୋର୍ଚ୍ଚା ସଭାପତି ସୁମିତ୍ରା ହେମ୍ବ୍ରମ, ବାଙ୍ଗିପୋଷି ବ୍ଲକ ସଭାପତି ଶ୍ୟାମସୁନ୍ଦର ମୁର୍ମୁ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପାଳନ କରିଥିଲେ ।
