ପାଂଚପୀଢ ୭/୮ କରଞ୍ଜିଆ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଶାରୀ ଓ ଶୁଆ ଲୋକମାନେ ପାଳନ କରୁଥିବା ଦେଖିବାକୁ ମିଳୁଛି। ତେବେ ବନରେ ରହୁଥିବା ପକ୍ଷୀ ଗୁଡିକୁ ସ୍ୱାଧିନ ଭାବେ ବିଚରଣ କରିବା ପାଇଁ ବାଧକ ଥିବା କିଛି ଲୋକ ବନ୍ୟପ୍ରାଣୀ ସୁରକ୍ଷା ଆଇନ ନମାନି ସେମାନଙ୍କୁ ଗୃହ ପାଳିତ ପକ୍ଷୀ ଭାବରେ ରଖୁଥିବାରୁ ବନ ବିଭାଗ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେଗୁଡ଼ିକୁ ଉଦ୍ଧାର କରି ପୁନର୍ବାର ଜଙ୍ଗଲରେ ଛାଡ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ବନାଞ୍ଚଳରୁ ୪ ଟି ଶାରୀ ଏବଂ ଗୋଟିଏ ଶୁଆ ଉଦ୍ଧାର କରାଯାଇଛି ବୋଲି ଦୁଧିଆଣୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ସୂଚନା ଦେଇଛନ୍ତି।ଏମାନଙ୍କୁ ପୋଷିଥିବା ଜଣକୁ ଗିରଫ କରିଛି ବନ ବିଭାଗ।ଏକତାଳୀ ସେକ୍ସନର ପୋଡାଗଡ ଗାଁର ନନ୍ଦ ବାଗେ କିଛି ଦିନ ପୂର୍ବରୁ ଏହି ଶାରୀ ମାନଙ୍କୁ ଗୋଟିଏ ଗଛରୁ ପାଇ ଘରେ ରଖି ପୋଷିଥିଲେ।ବନ ବିଭାଗ ପକ୍ଷରୁ କୈାଣସି ସୂତ୍ରରୁ ଏହି ଖବର ପାଇ ଶାରୀ ଓ ଶୂଆକୁ ଉଦ୍ଧାର କରି ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁସାରେ ନନ୍ଦ ବାଗେକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା ମଦନମୋହନ ମହାନ୍ତ ଦୁଧିଆଣୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି,ଏକତାଳୀ ବନପାଳ ଯତିନ୍ଦ୍ର ବେହେରା ଓ ଯଶିପୁର ବନପାଳ ବିଦ୍ୟାଧର ମହାନ୍ତ କରିଥିଲେ। ତେବେ ସୂଚନା ଏହିକି ଯେ ବର୍ତ୍ତମାନ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଜଣେ ବାଘ ରଖିଥିଲେ ଯେତିକି ଦଣ୍ଡ ଶାରୀ ରଖିଲେ ମଧ୍ୟ ସେତିକି ଦଣ୍ଡ। ତେଣୁ ଯଦି କୈାଣସି ଲୋକ ନିଜର ଶୁଖ ପାଇଁ ଶାରୀ ମାନଙ୍କୁ ପାଳୁଛନ୍ତି ତେବେ ସେମାନଙ୍କୁ ତୁରନ୍ତ ଜଙ୍ଗଲରେ ଛାଡ଼ିଦେବା ଆବଶ୍ୟକ ନଚେତ ଏହା ଦଣ୍ଡନୀୟ ଅପରାଧ ବୋଲି ଦୁଧିଆଣୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ସୂଚନା ଦେଇଛନ୍ତି
