Odisha news

ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ କରଞ୍ଜିଆ ଠାରେ ଆଂଶିକ ସଫଳ।

0

ପାଂଚପୀଢ ,୭/୮ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଏବଂ ସେମାନଙ୍କ ବିରୁଦ୍ଧରେ ସଂସଦରେ ପ୍ରଣୟ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଥିବା ଭାରତ ବନ୍ଦ କରଞ୍ଜିଆ ଠାରେ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ସହାୟତାରେ ଦେଶର ୩୧ ଟି ରାଜ୍ୟର ୫୬୭ ଟି ଜିଲ୍ଲାରେ ଏକକାଳୀନ ଦେଶବ୍ୟାପୀ ଚରଣ ବଦ୍ଧ ଆନ୍ଦୋଳନ କରାଯାଉଛି। ଜୁଲାଇ ୬ ତାରିଖରେ ଜିଲ୍ଲା ସ୍ତରରେ ଧାରଣା ଏବଂ ଦାବିପତ୍ର ପ୍ରଦାନ, ଜୁଲାଇ ୧୮ ତାରିଖରେ ତହସିଲ ସ୍ତରରେ ଧାରଣା ଏବଂ ଦାବିପତ୍ର ପ୍ରଦାନ, ଜୁଲାଇ ୨୭ ତାରିଖରେ ଜିଲ୍ଲା ସ୍ତରରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ଏବଂ ଆଜି ଭାରତ ବନ୍ଦ ଡାକରା ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ ରହିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ କିଛି କିଛି ବସ୍ ଚଳାଚଳ ବନ୍ଦ ରହିଛି। ତେବେ ଦୋକାନ ବଜାର ଖୋଲା ଥିବା ଓ ଛୋଟ ଛୋଟ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ତେବେ କିଛି ଅଞ୍ଚଳରୁ ବସ୍ ଚଳାଚଳ ବନ୍ଦ ଥିବା  ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କରଞ୍ଜିଆ ଠାରେ ଡ଼ାକରା ଦିଆଯାଇଥିବା ବନ୍ଦ ଡାକରାକୁ ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ କରଞ୍ଜିଆ ଶାଖା ସଭାପତି ପଦ୍ମ ଚରଣ ଟୁଡୁ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସ°ଖିଆଳ, ଉପଦେଷ୍ଟା ସୁକାନ୍ତି ନାଏକ, ମଞ୍ଜୁଲତା ପାଟୁଳିଆ, ମଞ୍ଜୁଲତା ପାଟଦେହୁରୀ, କୃଷ୍ଣ ନାଏକ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ଆଦିବାସୀ ନେତା ଓ କର୍ମୀ ଉପସ୍ଥିତ ଥିଲେ। ତେବେ ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ବଡ଼ବାବୁ ଦିନେଶ କୁମାର ସାହୁଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ କେନ୍ଦ୍ର ସରକାର କମନ ସିଭିଲ କୋଡ଼ ଲାଗୁ କରି ଆଦିବାସୀ ପରିଚୟ ସମାପ୍ତ ଉଦ୍ୟମ, ବିକାଶ, ପରିବେଶ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ନାମରେ ଜଳ ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାନଙ୍କ ଜୀବନ ଜୀବିକା ଛଡ଼ାଇ ନେବା ଉଦ୍ୟମ,ନେସନାଲ କରିଡର ନିର୍ମାଣ ଦ୍ୱାରା ସେମାନଙ୍କ ୫ ମ ଅନୁସୂଚି ଅଞ୍ଚଳ ବିଲୁପ୍ତ ହେବା,୨୦୨୦,୨୦୨୧,୨୦୨୨ ରେ ସଂସଦରେ ପାରିତ ଆଦିବାସୀ ବିରୋଧୀ ଆଇନ ଏବଂ ୨୦୨୩ ରେ  ପ୍ରଣୟନ କରାଯାଉଥିବା ନୂତନ ଜଙ୍ଗଲ ଆଇନ୍ ଦ୍ୱାରା ଆଦିବାସୀ ମାନଙ୍କ ଅସ୍ତିତ୍ବ ପ୍ରତି ବିପଦ ପରି ୨୧ ଟି ଦାବି ଉଲ୍ଲେଖ ରହିଛି। ତେଣୁ ଏହି ବନ୍ଦ ଡାକରା ଦିଆଯାଇଥିବା ଉପସ୍ଥିତ ନେତୃମଣ୍ଡଳୀ ପ୍ରକାଶ କରିଥିଲେ

Nalco
Leave A Reply