କେନ୍ଦୁଝର : ବାଞ୍ଛାନିଧି ଯାଜପୁର ଜିଲ୍ଲା କେବଳ ନୁହେଁ,ପରନ୍ତୁ ସମଗ୍ର ଓଡିଶା ରାଜ୍ୟର ଜଣେ ଅପ୍ରତିଦ୍ବନ୍ଦୀ ସୁପ୍ରସିଦ୍ଧ କାଳଜୟୀ ସ୍ରଷ୍ଟା।। ଆଜି ପୂର୍ବାହ୍ନ ରେ ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ପକ୍ଷରୁ ବିଶିଷ୍ଟ ଜାତୀୟତାବାଦୀ କବି ବାଞ୍ଛାନିଧି ଦାସ ଙ୍କ ସୁବର୍ଣ୍ଣ ଜୟନ୍ତୀ ମହାସମାସରୋହ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଫେସର ଗଦାଧର ମିଶ୍ର ସ୍ବ ସଭିଭାଷଣ ରେ ମତ ପ୍ରକାଶ କରିଛନ୍ତି। ପ୍ରଫେସର ମିଶ୍ର ମୁଖ୍ୟ ଅତିଥି2 ରୂପେ ସ୍ୱର୍ଗତ କବି ବାଞ୍ଛାନିଧି ଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସୁବର୍ଣ୍ଣଜୟନ୍ତୀ ସମାରୋହ କୁ ଉଦଘାଟନକରିଥିଲେ। ଗାନ୍ଧିଜୀ ଙ୍କଓଡିଶା ଆଗମନ କାଳରେ କେନ୍ଦ୍ରାପଡା ସ୍ଥ ଇନ୍ଦୁପୁର ରେ କବି ବାଞ୍ଛାନିଧି ଗାନ୍ଧୀ ମହାରାଜ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେଅସହଯୋଗ ଆନ୍ଦୋଳନ ରେ ଯୋଗ ଦାନ କରି କାରା ବରଣ କରିଥିଲେ। ଜାତୀୟତା ବାଦୀ ସାହିତ୍ୟ ରଚନାମାଧ୍ୟମରେ ସେ ନିଜ ଗ୍ରାମ ବରୀ ନିକଟସ୍ଥ ବାଇଁ ଶ୍ରୀୟା ଗ୍ରାମ ରୁ ଇଂରେଜ ମାନଙ୍କ ବିରୁଦ୍ଧ ରେ ଅଗ୍ନିବର୍ଷି ଭାଷଣ ମାଧ୍ୟମରେ ସମଗ୍ର ଜନତା nku ଉଦବୁଦ୍ଧ କରିଥିଲେ ବୋଲି ମୁଖ୍ୟ ଅତିଥି ପ୍ରଫେସର ଗଦାଧର ସ୍ବ ଅଭିଭାଷଣ ମାଧ୍ୟମରେ ସମବେତ କବି ଓ ସାହିତ୍ୟିକ ମାନଙ୍କୁ ଉଦବୋଧନ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ରୁଦ୍ରନାରାୟଣ ପୃଷ୍ଟି ଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତାଡ଼ଃ ରବୀନ୍ଦ୍ର ବିହାରୀ, ସମ୍ମାନିତ ଅତିଥି ଭାବେ ରୂପେ କୋରେଇ ସାହିତ୍ୟ ମଣ୍ଡଳର ସଭାପତି ପଣ୍ଡିତ ଡ଼ଃ ସୂର୍ଯ୍ୟମଣି ଖୁଣ୍ଟିଆ,ଗୋକର୍ଣ୍ଣିକା ସାହିତ୍ୟ ପତ୍ରିକା ର ସମ୍ପାଦକ ରମାକାନ୍ତ ଜେନା ପ୍ରମୁଖ ଯୋଗ ଦାନ କରି ସ୍ବ ସ୍ବ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଡ଼ଃ ଅକ୍ଷୟ ମହାନ୍ତି ଙ୍କ ବାର୍ଷିକ ବିବରଣୀ ପାଠ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ କବି ଓ ସାହିତ୍ୟିକ ବନ୍ଧୁ ମାନେ ଉପସ୍ଥିତରହି ସଭାକାର୍ଯ୍ୟ କୁ ସଫଳ କରିଥିଲେ ।