Odisha news

କ୍ରୋଧ ନିୟନ୍ତ୍ରଣ ପାଇଁ ଆସିଗଲା ଜବରଦସ୍ତ ଟିପ୍ସ : ଯାହାକୁ ଆପଣ ଅନୁସରଣ କରି ମାତ୍ର ଅଳ୍ପ ସମୟରେ ନିଜ କ୍ରୋଧ କୁ କରିବେ ନିୟନ୍ତ୍ର 

0
ଅନେକ ସମୟରେ ମଣିଷର ଅନିଚ୍ଛା ସତ୍ୱେ ମଧ୍ୟ ଖୁବ ଅଧିକ କ୍ରୋଧ ବା ରାଗ ଆସିଥାଏ l ଅତ୍ୟଧିକ କ୍ରୋଧ ବିଭିନ୍ନ ରୋଗର କାରଣ ହୋଇଥାଏ l ମଣିଷର ରାଗ ବା କ୍ରୋଧ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଦ୍ୱାରା ଆକ୍ରାନ୍ତ କରିଥାଏ l ଏହାଛଡା ଏହି ୨ଟି ରୋଗରୁ ସବୁ ରୋଗର ଆରମ୍ଭ ହୋଇଥାଏ ଯେପରିକି ହାର୍ଟ ଷ୍ଟ୍ରୋକ, ବ୍ରେନ ଷ୍ଟ୍ରୋକ ଇତ୍ୟାଦି ବିଭିନ୍ନ ରୋଗ l ଯାହା କି ଜୀବନ ପ୍ରତି ବିପଦ ଆଣିଥାଏ l କିନ୍ତୁ ନିକଟରେ କାର୍ଲିଫର୍ନିଆ ର କିଛି ମନସ୍ତତ୍ଵ ବିତ ଅଧ୍ୟୟନ ଦ୍ୱାରା ବାହାର କରିଛନ୍ତି ଯେ କିପରି କ୍ରୋଧ କୁ ନିୟନ୍ତ୍ରଣ କରିବେ l
* ଏହି ଅଧ୍ୟୟନ ରୁ ଜଣା ପଡିଛି ଯେ ମେଡ଼ିଟେସନ ହେଉଛି ସବୁଠୁ ଚମତ୍କାର ଉପାୟ କ୍ରୋଧ ନିୟନ୍ତ୍ରଣ କରିବା ପାଇଁ l ଯେଉଁ ବ୍ୟକ୍ତିମାନେ ପ୍ରତିଦିନ ନିର୍ଦ୍ଧିଷ୍ଟ ସମୟରେ ଯଦି ମେଡ଼ିଟେସନ କରନ୍ତି, ତେବେ ସେମାନଙ୍କ କ୍ରୋଧ ନିୟନ୍ତ୍ରଣ ହୋଇଥାଏ l ଯେଉଁମାନେ ବିଶେଷ ଭାବରେ ସର୍ଟ ଟେମ୍ପର ସେମାନେ ଏହି ପ୍ରକ୍ରିୟା କୁ ନିହାତି ମାନିବା ଜରୁରୀ l
* ବ୍ୟାୟାମ କରିବା ଅନେକ ରୋଗ ପାଇଁ ଫଳପ୍ରଦ ଅଟେ l କିନ୍ତୁ ବିଶେଷ ଭାବରେ କ୍ରୋଧ ନିୟନ୍ତ୍ରଣ ପାଇଁ ବ୍ୟାୟାମ ଗୋଟିଏ ଚମତ୍କାର ଉପାୟ l ଯାହାକି ଆପଣଙ୍କୁ ମାନସିକ ଦୃଷ୍ଟିରୁ ଖୁବ ଏନର୍ଜି ଦେଇଥାଏ l ନଚେତ ଆପଣ ନିୟମିତ ଗଲ୍ଫ ଖେଳିବା ଓ ସାଇକିଲିଂ କରିବା ଦ୍ୱାରା କ୍ରୋଧ ନିୟନ୍ତ୍ରଣ ହୋଇଥାଏ l
* ଯେତେବେଳେ ଅତ୍ୟଧିକ କ୍ରୋଧ ଆସୁଛି ନିଜ ମାନଙ୍କୁ ଶାନ୍ତ କରିବା ପାଇଁ ଗୋଟିଏ ସ୍ଥାନରେ ବସି ଆକ୍ଷି ବନ୍ଦ କରି ନିଅନ୍ତୁ ଏବଂ କୁହନ୍ତୁ ରିଲାକ୍ସ ସବୁ ଠିକ ହୋଇଯିବ l ଏହାଦ୍ୱାରା ଆପଣ ନିଜ ରାଗ କୁ ଶାନ୍ତ କରି ପାରିବେ l
* ଏହି ଅଧ୍ୟୟନ ରେ ସଂଗୀତ କୁ ବିଭିନ୍ନ ରୋଗର ଉପଚାର ଭାବରେ ବ୍ୟବହାର କରାଯାଇ ଥିଲା l ଯେତେବେଳେ ରାଗ ଆସୁଛି ନିଜ ଇଅର ଫୋନ [ପିନ୍ଧି ନିଜ ପସନ୍ଦ ର ଗୀତ ଶୁଣନ୍ତୁ l ଏହାଦ୍ୱାରା ମନ ଧୀରେ ଧୀରେ ଶାନ୍ତ ହୋଇଯିବ l
* କ୍ରୋଧ ଆସିଲେ ପାଟିରୁ ଏଭଳି କିଛି କଥା ବାହାରି ଯାଇଥାଏ ଯାହାକି ଅନେକ ସମ୍ପର୍କ ରେ ଫାଟ ଆଣିଥାଏ l ଏପରି ସ୍ଥିତି ରେ ନିଜର ସଂଯମ ଶକ୍ତି ବଢାଇବା ପାଇଁ ଏକୁଟିଆ ଓଲଟା ଗଣିବା ହାତରେ ଆରମ୍ଭ କରନ୍ତୁ l ଯାହାକି ଆପଣଙ୍କ ମନକୁ ଶାନ୍ତ କରି ପାରିବ l
Leave A Reply