Odisha news

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଦୟା

0

କଣାସ,୦୪/୦୮/ : ଚଳିତ ବର୍ଷ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରର ପାଣି ଆସି ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।ଖବର ନେବାରେ ଜଣାପଡିଛି  ଦୟା ନଦୀର ଜଳସ୍ତର ବିପଦ ସଂକେତ ୩.୩୯ କ୍ୟୁସେକ ଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ୪.୮୪ କ୍ୟୁସେକ  ଜଳ ପ୍ରବାହିତ ହେଉଛି । ବିଭିନ୍ନ ନଦୀବନ୍ଧର  ସୁରକ୍ଷା ନେଇ ବାଲି ବସ୍ଥା, ବହ୍ଲା ଓ ଆନୁଷଙ୍ଗିକ ଜିନିଷ ମହଜୁଦ ରହିଥିବା ଜଳସେଚନ ଯନ୍ତ୍ରୀ ମକର ବେହେରା ପ୍ରକାଶ କରିଛନ୍ତି ।ସେପଟେ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ  ବନ୍ୟା ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି  ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କୌଣସି ଭୟଭୀତ ନହେବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।ପ୍ରଶାସନ ସବୁ ସମୟରେ ସଜାଗ ରହିବା ସହ ଓଡ୍ରାପଟିମ୍ ଓ ଖାଦ୍ୟ ପଦାର୍ଥ ମହଜୁଦ ରଖାଯାଇଥିବା ବ୍ଲକ ପକ୍ଷରୁ ଜଣାପଡ଼ିଛି ।ପଶୁ ଚିକିତ୍ସା ଅଧିକାରୀ ବିଶ୍ଵ ରଞ୍ଜନ ବେହେରା କହିଛନ୍ତି ବନ୍ୟାରେ ପ୍ରଭାବିତ ପଶୁ ପକ୍ଷୀ ମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ମହଜୁଦ ରଖା ଯାଇଛି। କଣାସ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା କହିଛନ୍ତି ବନ୍ୟାରେ ପ୍ରଭାବିତ ଜନସାଧାରଣଙ୍କ ପାଇଁ ବ୍ଲିଚିଂ,ଫିନାଇଲ,ଔଷଧ ଗଚ୍ଛିତ ଥିବା ବେଳେ ମୁଖ୍ୟତଃ ସାପ କାମୁଡା ଇଞ୍ଜେକସନ ଡାକ୍ତରଖାନାରେ ରଖା ଯାଇଛି ।

Leave A Reply