Odisha news

ଚାଷୀ ପଞ୍ଜିକରଣ ପାଇଁ ସଚେତନତା

0

ନିରାକାରପୁର,୩/୮:– ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରେ ଆଜି ଚାଷୀ ମାନଙ୍କ ପଞ୍ଜିକରଣ ପାଇଁ ଏକ ସଚେତନତା ପ୍ରଚାର କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ସୁଚନା ମିଳିଛି। ଟାଙ୍ଗୀ ବ୍ଲକ ରେ ଥିବା ସମସ୍ତ ସେବା ସମବାୟ ସମିତି ଗୁଡିକରେ ୨୦୨୩/୨୪ ପାଇଁ ଚାଷୀମାନେ ଧାନ ବିକ୍ରି ର ପଞ୍ଜିକରଣ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ବ୍ଳକ୍ ରେ ଥିବା ସମସ୍ତ ସେବା ସମବାୟ ସମିତି ଗୁଡିକରେ ୧୦ ଦିନ ହେଲା ଚାଷୀ ମାନେ ପଞ୍ଜିକରଣ କରୁଥିବା ଦେଖିବାକୁ ମିଳିଥିବା ବେଳେ ଜିଲ୍ଲା ପ୍ରଶାସନ ର ଏହି ପ୍ରଚାର କାର୍ଯ୍ୟକୁ ଚାଷୀ ମାନେ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାର ଙ୍କ ଲକ୍ଷ୍ୟ କୌଣସି ବି ଜଣେ ଚାଷୀ ଉକ୍ତ ପଞ୍ଜିକରଣ ରୁ ବାଦ ପଡ଼ିବେ ନାହିଁ ବୋଲି ଏହି ସଚେତନତା ପ୍ରଚାର କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Ad2
Leave A Reply