ଆଠଗଡ଼ ତା ୨୭-୦୭-୨୩ ଗୁରୁବାର ଆଜି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭାଗ ପକ୍ଷରୁ ପେଟୋଲିଙ୍ଗ କରୁଥିବା ସମୟରେ ସକାଳ ସାଢେ଼ ଦଶଟା ବେଳକୁ ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକ ଠାରେ ଚଢାଉ କରାଯାଇ ୩୦ କେଜି ଗଞ୍ଜେଇ ସହିତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଅନ୍ତର୍ଗତ ଗୋଲସାହି ଗ୍ରାମ ର ପରମେଶ୍ବର ଚୌଧୁରୀ ଙ୍କ ପୁଅ ଟୁନଟୁନ ଚୌଧୁରୀ। କନ୍ଧମାଳ ରୁ କଲିକତା ଚାଲାଣ ହେବାକୁ ଥିବା ଏହି ଗଞ୍ଜେଇ ର ମୂଲ୍ୟ ଆନୁମାନିକ ତିନି ଲକ୍ଷ ହେବ ବୋଲି କୁହାଯାଇଛି। ଆଜିର ଏହି ଚଢାଉ ରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ ସହକାରୀ ସବ୍ ଇନ୍ସପେକ୍ଟର ପଙ୍କଜ କହଁର ସନ୍ତୋଷ କୁମାର ମହାରଣା ସନାତନ ବେହେରା ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।
